ଭୁବନେଶ୍ଵର, ଗତ କିଛି ଦିନ ହେଲା ରାଜ୍ୟରେ ଦିନ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅତିଷ୍ଠ ହୋଇପଡିଛି । ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ୧୦ ସହରରେ ତାପମାତ୍ରା ୩୦ ଡ଼ିଗ୍ରୀ ଉପରେ ରହିଛି । ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୯.୬ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ସେହିପରି ବାଲେଶ୍ଵରରେ ୩୮.୦ ଡ଼ିଗ୍ରୀ, ଭୁବନେଶ୍ଵରରେ ୩୮.୦, ସମ୍ବଲପୁରରେ ୩୭.୨, ଗୋପାଳପୁରରେ ୩୭.୦, ଚାନ୍ଦବାଲିରେ ୩୬.୬, ପୁରୀରେ ୩୬.୨, କେନ୍ଦୁଝରରେ ୩୬.୨, ହୀରାକୁଦରେ ୩୫.୬ ଏବଂ ପାରାଦୀପରେ ତାପମାତ୍ରା ୩୩.୦ ଡ଼ିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।