ସାଲେପୁର, ଆଗାମୀ ୨୦୨୪ ନିର୍ବାଚନ ପାଇଁ ଚଳିତ ବର୍ଷ ଶାସକ ଦଳ ପକ୍ଷରୁ ମଧୁବାବୁଙ୍କ ନାମରେ ମହୋତ୍ସବ କରାଯାଇ ନିଜେ ନିଜର ଦକ୍ଷତାକୁ ହାଇକମାଣ୍ଡଙ୍କ ନିକଟରେ ପ୍ରତିପାଦିତ କରୁଥିବା ବେଳେ ଆବଶ୍ୟକ ନଥାଇ ସରକାରଙ୍କ ରାଜକୋଷରୁ ଉତ୍ସବ ସ୍ଥଳୀରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବା ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନା ମୁତାବକ, ସରକାରଙ୍କ ରାଜକୋଷରୁ ଉତ୍ସବ ସ୍ଥଳୀରେ ବିନିଯୋଗ କରାଯାଉଥିବା ଲକ୍ଷାଧିକ ଟଙ୍କା ଯଦି ପଞ୍ଚାୟତରେ ଥିବା ଗରୀବ ହିତାଧିକାରୀମାନଙ୍କ ପାଇଁ ଖର୍ଚ୍ଚ କରାଯାଉଥାଆନ୍ତା ତେବେ ରାଜ୍ୟ ସରକାରଙ୍କର ଗରୀବ ଉପକାର ଯୋଜନା ସଫଳ ହେବା ସହ ଉପକୃତ ହେଉଥିବା ଲୋକମାନେ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେଉଥାଆନ୍ତେ ।
ସୂଚନାଯୋଗ୍ୟ ଯେ, ରାଜ୍ୟ ତଥା ଦେଶର ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଇଁ ସାଲେପୁର ବ୍ୟାରେଜ ପଡିଆରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପକ୍ଷରୁ ଗତ ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ଉତ୍କଳ ଦିବସ ଓ ସାଲେପୁର ମହୋତ୍ସବ ପାଳନ କରାଯାଇଥିଲା । ଏହି ୫ ଦିନରେ ସରକାରଙ୍କର ବହୁ ଅର୍ଥ ଖର୍ଚ୍ଚ କରାଯାଇଛି ଯଥା (ଅସ୍ଥାୟୀ ଶୌଚାଳୟ, ରାସ୍ତା, ପଡିଆ ସମତୁଲ, ଷ୍ଟେଜ୍, ପାନୀୟ ଜଳଯୋଗାଣ ଇତ୍ୟାଦି ।) ଏହି ଉତ୍ସବରେ ସାଲେପୁର ବିଧାୟକ ବହୁ ମନ୍ତ୍ରୀ ଓ ବିଧାୟକଙ୍କୁ ସାମିଲ କରିଥିଲା ବେଳେ କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କୁ ଉତ୍ସବରେ ଦେଖିବାକୁ ମିଳିନଥିଲା । ନିମନ୍ତ୍ରଣ ପାଇଥାଆନ୍ତୁ ବା ନପାଇଥାଆନ୍ତୁ ମହୋତ୍ସବରେ ସାମିଲ ହୋଇ ନପାରି ନିଜର ପତିଆରା ହାଇକମାଣ୍ଡଙ୍କ ନିକଟରେ ଜାହିର କରିବା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ ବରହମପୁର ପଂଚାୟତ ମହାନଦୀ ତଟୋତ୍ସବ ଆୟୋଜନ କରିଛନ୍ତି । ଏହି ଉତ୍ସବ ୧୫.୪.୨୦୨୩ ରିଖଠାରୁ ଆଗାମୀ ୧୯.୪.୨୦୨୩ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତ୍ୟେହ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସୁନାମଧନ୍ୟ କଳାକାର ଉପସ୍ଥିତ ହୋଇ ନିଜର କଳା ପ୍ରଦର୍ଶନ କରିବା ସହ ଆତସବାଜି ଓ ନୃତ୍ୟଗୀତରେ ସମଗ୍ର ଅଂଚଳ ଝଲସାଇବା ପାଇଁ ଯୋଜନା କରାଯାଇଛି । ସାଲେପୁର ମହୋତ୍ସବରେ ସାମିଲ ନଥିବା କେତେକ ନେତା ଏହି ଉତ୍ସବରେ ସାମିଲ ହୋଇ ଆନନ୍ଦ ମନାଉଥିବା ଦେଖିବାକୁ ମିଳିଛି । ଏହି ଉତ୍ସବ ପ୍ରସ୍ତୁତି ନିମନ୍ତେ ସରକାରଙ୍କର ପ୍ରାୟ ୧ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯାଉଥିବା ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି । ପ୍ରଶ୍ନ ଉଠେ ଐତିହାସିକ କଟକ ବାଲିଯାତ୍ରାରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇ ବ୍ୟବସାୟଙ୍କ ପକ୍ଷରୁ ଆଦାୟ ହେଉଥିବା ଅର୍ଥ ସରକାରଙ୍କ ରାଜକୋଷକୁ ଯାଉଥିଲା ବେଳେ ଏହି ତଟୋତ୍ସବରେ ଯୋଗଦେଇଥିବା ୫୦୦ରୁ ଉର୍ଦ୍ଧ୍ଵ ବ୍ୟବସାୟୀ ଦେଉଥିବା ଅର୍ଥ କେଉଁ ସରକାରଙ୍କ ରାଜକୋଷକୁ ଯିବ ତାହା ସମୟ କହିବ ବୋଲି ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନ ପରେ ଶାସକ ଦଳର କୌଣସି ନେତାଙ୍କର ମହୋତ୍ସବ ପାଇଁ ଚିନ୍ତା ନଥିବା ବେଳେ ୨୦୨୪ ନିର୍ବାଚନ ପାଖେଇ ଆସୁଥିବାରୁ ସାଲେପୁର ମହୋତ୍ସବ, କଟକ ମହୋତ୍ସବ ପରେ ପରେ ପ୍ରସ୍ତୁତି ପଥେ ମାହାଙ୍ଗା ମହୋତ୍ସବ ସାଧାରଣ ଲୋକମାନଙ୍କୁ ଆନନ୍ଦ ଦେଉଛି ସତ ସରକାରଙ୍କ ରାଜକୋଷରୁ ଖର୍ଚ୍ଚ ହେଉଥିବା ଅର୍ଥ କିଭଳି ଭରଣା କରାଯିବ ସେଥିପ୍ରତି ମନଧ୍ୟାନ ନଥିବା ଜଣାପଡିଛି ।