ଭୁବନେଶ୍ୱର,ରାଜ୍ୟକୁ ଆସିଥିବା ୯ ଲକ୍ଷ ୬୦ ହଜାର ଆବାସ ବଣ୍ଟା ନ ହୋଇ ପଡି ରହିବାକୁ ନେଇ ଭାରତୀୟ ଜନତା ପାର୍ଟି ଉଦବେଗ ପ୍ରକାଶ କରିଛି ।
ପାର୍ଟୀ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟ ସରକାର ପୂର୍ବରୁ ସର୍ଭେ କରି ଆବାସ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କଲେ ନାହିଁ । ଏବେ ୯ ଲକ୍ଷ ୬୦ ହଜାର ଘର ଆସିଛି କିନ୍ତୁ ସର୍ଭେ ନାଁ ରେ ଭେଳିକି କରୁଛନ୍ତି । ଘର ବାଣ୍ଟିବା ପାଇଁ ପ୍ରସ୍ତୁତ ନାହାନ୍ତି । ପ୍ରାଥମିକ ତାଲିକାରେ ଥିବା ଅଯୋଗ୍ୟ ଲୋକଙ୍କୁ ଠୁ ୨୦ ହଜାର ଟଙ୍କା ଲେଖାଏଁ ବିଜେଡି ନେତା ମାନେ ନେଇ ସାରିଛନ୍ତି ତେଣୁ ଏବେ ତାଙ୍କ ନାଁ କାଟି ପାରୁ ନାହାନ୍ତି । ସେଥିପାଇଁ ଘର ନ ବାଣ୍ଟି ସମୟ ଗଡେଇ ଚାଲିଛନ୍ତି ସରକାର ।
ସେ କହିଛନ୍ତି ଯେ ଯଦି ସରକାରଙ୍କ ସତରେ ଇଚ୍ଛା ଶକ୍ତି ତେବେ ୧୫ ଦିନ ଭିତରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ଆସିଥିବା ଘର ବାଣ୍ଟନ୍ତୁ । ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ଚରମ ଚେତାବନୀ ବର୍ଷା ଦିନ ପୂର୍ବରୁ ଯଦି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଯଦି ଘର ନ ପହଁଚିବ ତେବେ ଓଡ଼ିଶାର ରାଜ ରାସ୍ତାରେ ନିଆଁ ଜଳିବ ବୋଲି ସେ କହିଛନ୍ତି ।