
କେନ୍ଦ୍ରାପଡ଼ା – ତୁଳସୀ ମହ÷ିଳା ମହାବିଦ୍ୟାଳୟ ଭୂ-ତତ୍ୱ ବିଜ୍ଞାନ ବିଭାଗ ପକ୍ଷରୁ ଆଜି ଏକ ଶିକ୍ଷକ-ଅଭିଭାବକ ସମାବେଶ ଅନୁÂିତ ହୋଇଯାଇଅଛି । ଏହି ସମାବେଶରେ ଅଧ୍ୟୟନରତ ଛାତ୍ରୀମାନଙ୍କର ବିଭିନ୍ନ ସୁବିଧା , ଅସୁୂବିଧା ଓ ସମସ୍ୟା ସହିତ ସେମାନଙ୍କର ବ୍ୟାହିକ, ଅର୍ନ୍ତନିହିତ ଗୁଣକୁ କିପରି ପରିପ୍ରକାଶ କରିପାରିବେ ତାହାନେଇ ଆଲୋଚନା ହୋଇଥିଲା । ଏଥିରେ ବିଭାଗୀୟ ମୁଖ୍ୟା ସୁନୀତ୍ ମଲ୍ଲିକ୍, ବରିÂ ପ୍ରାଧ୍ୟାପକ ଅଜୟ କୁମାର ରାଉତ ଓ ରସାୟନ ବିଭାଗର ମୁଖ୍ୟା ଶ୍ରୀମତୀ ପ୍ରମିଳାରାଣୀ ବେହେରାଙ୍କ ସମେତ ଅନ୍ୟ ଅଧ୍ୟାପକ,ଅଧ୍ୟାପିକାମାନେ ଉପସ୍ଥିତ ରହି ନିଜର ମତାମତ ଉପସ୍ଥାପନା କରିଥିଲେ ଏବଂ ଉପସ୍ଥିତ ଥିବା ଅଭିଭାବକମାନେ ମଧ୍ୟ ନିଜ ନିଜ ମନ୍ତବ୍ୟ ପ୍ର୍ରଦାନ କରିଥିଲେ ତନ୍ମଧ୍ୟରୁ ଅଭିଭାବକ ମହେନ୍ଦ୍ର ସ୍ୱାଇଁ, ଛାତ୍ରୀ ନିବାସର ସିଟ୍ ବୃଦ୍ଧି କରିବା ଦ୍ୱାରା ଛାତ୍ରୀମାନେ କଲେଜ ପରିସର ମଧ୍ୟରେ ରହି ଉଚିତ୍ ଭାବରେ ଶିକ୍ଷାଲାଭ କରିବା ଉପରେ ମତାମତ ଦେଇଥିଲେ । ଶେଷରେ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସୁନୀତ୍ ମଲ୍ଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଣତି ନାୟକ, ଅଖିଳେନ୍ଦୁ ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।