ଭୁବନେଶ୍ୱର, ସମ୍ବଲପୁରର ଘଟଣା ପୁରା ଦେଶକୁ ଚକିତ କରିଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ । ସେ କହିଛନ୍ତି ଯେ ରାଜ୍ୟ ସରକାର ଓ ରାଜ୍ୟର ମୁସଲମାନଙ୍କୁ ଙ୍କୁ ପଚାରିବାକୁ ଚାହୁଁଛୁ, କେବେ କଣ ତାଜିଆ ଶୋଭାଯାତ୍ରା ରେ ହିନ୍ଦୁମାନେ ପଥର ପକାଇଛନ୍ତି? ତାହେଲେ ହିନ୍ଦୁଙ୍କ ଶୋଭାଯାତ୍ରା ରେ ଏପରି ଆକ୍ରମଣ କାହିଁକି? ହିନ୍ଦୁମାନେ ହନୁମାନ ଜୟନ୍ତୀ କେଉଁଠି ପାଳନ କରିବେ। ଆଗକୁ ଏପରି ହେଲେ ହିନ୍ଦୁମାନେ ସମଗ୍ର ଦେଶରେ ପ୍ରତିବାଦ କରିବେ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଓଡ଼ିଶାର ଉନ୍ନତି ବିନା ପୂର୍ବ ଭାରତ ର ବିକାଶ ଅସମ୍ଭବ। ଏକଥା ପ୍ରଧାନମନ୍ତ୍ରୀ ବୁଝିଛନ୍ତି ଏବଂ ସେହି ଅନୁସାରେ କାମ କରୁଛନ୍ତି। ଓଡିଶାକୁ ଲକ୍ଷେ କୋଟିରୁ ଅଧିକ ଅନୁଦାନ ଦେଉଛନ୍ତି। ଆବାସ ଓ ନରେଗା ଯୋଜନାରେ କେନ୍ଦ୍ର ର ବିଜେପି ସରକାର ସର୍ବାଧିକ ଅନୁଦାନ ଦେଇଛନ୍ତି ବୋଲି ସେ କହିଛନ୍ତି ।