ଭୁବନେଶ୍ୱର – ରାଜ୍ୟରେ ରସାୟନ ବିପର୍ଯ୍ୟୟ ଜନିତ ମର୍ମନ୍ତୁଦ ଦୁର୍ଘଟଣାରେ ଦ୍ରୁତ ହ୍ରାସ ହାସଲ କରାଯାଇ ପାରିଛି । ଗତ ଦଶ ବର୍ଷ ଧରି ଏହି ହ୍ରାସ ଲଗାତାର ବଜାୟ ରହିଛି । ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ରାଜ୍ୟ ସଙ୍କଟ ପରି•ଳନା କମିଟି ବୈଠକରୁ ଏହା ଜଣାପଡିଛି । ରାଜ୍ୟରେ ବିଗତ ଦଶ ବର୍ଷ ମଧ୍ୟରେ ଘଟିଥିବା ରସାୟନ ଦୁର୍ଘଟଣା ବିଷୟ ସମୀକ୍ଷା କରି ପ୍ରତିଷେଧକ ଓ ପ୍ରତିକାର ବ୍ୟବସ୍ଥାକୁ ଟିମ୍-କାର୍ଯ୍ୟ ମାଧ୍ୟମରେ ଅଧିକ ଶାଣିତ ଓ ତ୍ୱରିତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ସଂପୃକ୍ତ ବିଭାଗ ମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ ।
ରାଜ୍ୟ ଲୋକସେବା ଭବନଠାରେ ଅ ।ୟୋଜିତ ଏହି ବୈଠକରେ ଶ୍ରମ ଓ ନିୟୋଜନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତି ଅନୁ ଗର୍ଗ ବିପଦପୂଣ୍ଣ ର୍ ପ୍ରକ୍ରିୟା ସମ୍ବଳିତ ବିଭିନ୍ନ କଳକାରଖାନାରେ ରସାୟନ ସଙ୍କଟ ବିଷୟ ଅ ।ଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଶ୍ରମ କମିଶନର ତଥା ବଏଲର ଓ କାରଖାନା ନିଦେ୍ର୍ଧଶକ ଶ୍ରୀ ନିରଞ୍ଜନ ସାହୁ ଜଣାଇଥିଲେ ଯେ ରାଜ୍ୟରେ ବ ର୍ମାନ ଏପରି ୪୪୯୦ଟି କାରଖାନା ଏବଂ ୨୪୯୭ ଟି ବଏଲର ଅଛି । ସେଗୁଡିକ ମଧ୍ୟରୁ ୩୫ଟି କାରଖାନା ଅଧିକ ସଙ୍କଟମୟ ଦୁର୍ଘଟଣା ପ୍ରବଣ । ଏହି ୩୫ଟି କାରଖାନା ରାଜ୍ୟର ୧୩ଟି ଜିଲ୍ଲାରେ ରହିଛି । ଏହାଛଡା ଅ ।ଉ ୫୪୫ଟି କାରଖାନାରେ ମଧ୍ୟ ସଙ୍କଟମୟ ରସାୟନିକ ଉପôାଦନ ପ୍ରକ୍ରିୟା ରହିଛି । ରସାୟନ ସଙ୍କଟ ମୁଖ୍ୟତଃ ଅଗ୍ନିକାଣ୍ଡ, ବିସ୍ଫୋରଣ ଏବଂ ବିଷାକ୍ତ ଉପôାଦନ ବିକିରଣ ଯୋଗୁ ଘଟିଥାଏ ।
ସମୀକ୍ଷାରୁ ଜଣାପଡିଥିଲା ଯେ ରାଜ୍ୟରେ ୨୦୧୦ ମସିହାରେ ସମୁଦାୟ ୧୨୧ଟି ମର୍ମନ୍ତୁଦ ରସାୟନ ଦୁର୍ଘଟଣା ଘଟିଥିଲା ବେଳେ ୨୦୧୨ ମସିହାରେ ଏହା ୭୮ କୁ ହ୍ରାସ ପାଇଥିଲା । ତାପରମ ର୍ୀ ବର୍ଷ ମାନଙ୍କରେ ଲଗାତାରଭାବେ ଏହି ଦୁର୍ଘଟଣା ସଂଙ୍ଖ୍ୟା ହ୍ରାସ ପାଇ•ଲିଛି । ଚଳିତ ବର୍ଷ ବ ର୍ମାନ ସୁଦ୍ଧା ରାଜ୍ୟରେ ୩୧ଟି ରସାୟନ ସଙ୍କଟ ଘଟିଛି ।
ସମସ୍ତ ରସାୟନ ସଙ୍କଟ ପ୍ରବଣ କାରଖାନାମାନେ ଯନ୍ତ୍ରପାତିର ସ୍ଥିତି ଏବଂ ନୂତନ ଉପôାଦନ ପ୍ରକ୍ରିୟା ପରିପ୍ରେକ୍ଷୀରେ ନିଜ ନିଜ ନିର୍ଦ୍ଧାରିତ କାର୍ଯ୍ୟ ପଦ୍ଧତି (ଷ୍ଟାଣ୍ଡାଡର଼୍ ଅପରେଟିଂ ପ୍ରୋସିଜିଓର) କୁ ସଦ୍ୟତନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିଦେ୍ର୍ଧଶ ଦେଇଥିଲେ । ଏପରି କାରଖାନା ମାନଙ୍କରେ ଯନ୍ତ୍ରପାତିର ରକ୍ଷଣାବେକ୍ଷଣ ସଠିକ୍ ଭାବରେ କରାଯାଉଛିକି ନାହିଁ ତାହା ବର୍ଷରେ ଅତି କମ୍ ଦୁଇଥର ତନଖି କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ବଏଲର ଓ କାରଖାନା ନିଦେ୍ର୍ଧଶକଙ୍କୁ କହିଥିଲେ । ଜିଲ୍ଲା ସଙ୍କଟ ଗ୍ରୁପ୍ ଏବଂ ସ୍ଥାନୀୟ ସଙ୍କଟ ଗ୍ରୁପ୍ର ନିୟମିତ ବୈଠକ କରିବା ସହ ସଙ୍କଟର ପ୍ରତିଷେଧ ଓ ପ୍ରତିକାର ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ମଧ୍ୟ ଶ୍ରୀ ତ୍ରିପାଠୀ ନିଦେ୍ର୍ଧଶ ଦେଇଥିଲେ । ବ ର୍ମାନ ରାଜ୍ୟରେ ୨୯ଟି ଜିଲ୍ଲା ଏବଂ ୧୫ଟି ସ୍ଥାନୀୟ ସଙ୍କଟ ପରି•ଳନା ସମୂହ କାର୍ଯ୍ୟକ୍ଷମ ରହିଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ଜଣାଇଥିଲେ ।
ଅଗ୍ନିସେବା ନିଦେ୍ର୍ଧଶାଳୟରେ ରସାୟନ ସଙ୍କଟ ନିମନ୍ତେ ଏକ ଜରୁରୀକାଳୀନ କାର୍ଯ୍ୟକ୍ରମ କେନ୍ଦ୍ର ଖୋଲିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ରାଉରକେଲା ଇସ୍ପାତ୍ କାରଖାନା ଏବଂ ଭାରତୀୟ ତୈଳ ନିଗମ ଅ ।ଦି କଂପାନୀମାନେ ସଙ୍କଟ ପ୍ରଶାସନ ନିମନ୍ତେ ହାଜ୍କାମ୍-ଗତି ଏବଂ ଜରୁରୀ କାଳୀନ ଜବାବ ଗାଡି ସଦାସର୍ବଦା କାର୍ଯ୍ୟକ୍ଷମ ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିଦେ୍ର୍ଧଶ ଦେଇଥିଲେ ।
ଶ୍ରମ ଓ ନିୟୋଜନ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ସଚିବ ହେମନ୍ତ ଶର୍ମା, ବୈଦୁତିକ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ର, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ବାଳା, ଅଗ୍ନିସେବା ନିଦେ୍ର୍ଧଶକ ସୁନିଲ ରାୟ, ଶ୍ରମ ଓ ନିୟୋଜନ ସ୍ୱତନ୍ତ୍ର ଶାସନ ସଚିବ ଉମାକାନ୍ତ ନାୟକ ଏବଂ ଶ୍ରମ କମିଶନର ନିରଞ୍ଜନ ସାହୁଙ୍କ ସମେତ ବିଭିନ୍ନ ରସାୟନ ଦୁର୍ଘଟଣା ପ୍ରବଣ କାରଖାନାର ପ୍ରତିନିଧି ଓ ବିଶେଷଜ୍ଞମାନେ ବୈଠକର ଅ ।ଲୋଚନାରେ ଅଂଶଗ୍ରହଣ କରିଥିଲେ ।