ମାଲକାନଗିରି, ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସ୍ଥିତ ହନୁମାନ ମନ୍ଦିର, ନୃସିଂହ ମନ୍ଦିର ଓ ସିରିପେଟା ଜଗନ୍ନାଥ ମନ୍ଦିରରେ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ଧୁମଧାମରେ ଗତକାଲି ପାଳିତ ହୋଇଯାଇଛି । ସକାଳୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ବଜରଙ୍ଗବଲୀ ହନୁମାନଙ୍କ ପୁଜାର୍ଚନା ସକାଶେ କୁଡୁମୁଲୁଗୁମ୍ମା ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଖରାର ପ୍ରକୋପକୁ ଧ୍ୟାନ ଦେଇ ଏହି ସମୟରେ ହନୁମାନ ମନ୍ଦିର ଟ୍ରଷ୍ଟ ର ସ୍ଵେଛାସେବୀ ମାନଙ୍କ ସହାୟତାରେ ଥଣ୍ଡା ପଣା ସହିତ ଭକ୍ତ ମାନଙ୍କ ନିମନ୍ତେ ଅନ୍ନ ପ୍ରସାଦର ମଧ୍ୟ ଆୟୋଜନ କରାଯାଇଥିଲା । ସ°ଧ୍ୟା ସମୟରେ ସିରିପେଟା ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ବିଜୟାନନ୍ଦ ପଣ୍ଡା ଓ ସନାତନ ମାଢୀଙ୍କ ନେତୃତ୍ବରେ ଏକ ସ°କିର୍ତନ ଦଳ ହନୁମାନଙ୍କ ରଥ ସହିତ ସମ୍ପୁର୍ଣ୍ଣ ସହର ପରିକ୍ରମା କରିଥିଲେ ଓ ଏହି ରଥକୁ କୁଡୁମୁଲୁଗୁମ୍ମା ଗ୍ରାମ ବାସିନ୍ଦା ନିଜ ନିଜ ଘର ଆଗରେ ପୂର୍ଣ୍ଣ କଳସ ସ୍ଥାପନ କରି ସ୍ଵାଗତ କରିଥିଲେ ।
ରାତିରେ କୁଡୁମୁଲୁଗୁମ୍ମା ମୁଖ୍ୟ ଛକ ଠାରେ ଏକ ଭଜନ ସମାରୋହର ଆୟୋଜନ କରାଯାଇଥିଲା। ଯାହାକୁ ଦର୍ଶକ ମନ ଭରି ଉପଭୋଗ କରିଥିବା ଜଣାପଡିଛି ।
ଏହି କାର୍ଯ୍ୟକ୍ରମରେ ହନୁମାନ ମନ୍ଦିରର ପୂଜକ ରମେଶ ଚନ୍ଦ୍ର ରଥ, କର୍ତ୍ତା ରାଜେଶ ରୋଶନ ପଟ୍ଟନାୟକ, ଗୋପୀନାଥ ଦାସ, ମନୋଜ କୁମାର ମିଶ୍ର, ହେମନ୍ତ କୁମାର ଦାସ, ସୁଶାନ୍ତ କୁମାର ରଥ, ବାଳକୃଷ୍ଣ ପ୍ରଧାନ, ଭଗବାନ ସାହୁ, ଜ୍ୟୋତି ରଞ୍ଜନ ବେହେରା, ଅଜୟ କୁମାର ପଟ୍ଟନାୟକ, ଜଗବନ୍ଧୁ ବାରିକ, ଉମା ଚାନ୍ଦ ବରାଳ, ଜୟରାମ ପାତ୍ର, ରାଜେନ୍ଦ୍ର ପାତ୍ର, ହୃଷୀକେଶ ସେଠୀ, ନିହାରକାନ୍ତ ଦାସ, ପ୍ରଭାକର ବେହେରା, ସୂର୍ଯ୍ୟ ପଣ୍ଡା, ନାଲୁ ପରିଡା ଓ ବାଳକୃଷ୍ଣ ପାଇକ ପ୍ରମୁଖଙ୍କ ସହଯୋଗରେ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି ।