ବଲାଙ୍ଗିର, ସର୍ବ ପୁରାତନ ରାମଜୀ ନାଟକ ସଂସ୍ଥାର ରାମଲୀଳା ନାଟକ ସଦାଶିବଭଣି ଗୁରୁଶ୍ରୀ ବାଲମୁକୁନ୍ଦଙ୍କ ନିର୍ଦ୍ଦେଶନାରେ ୧୪ ଦିନରେ ମଂଚସ୍ଥ ହୋଇଯାଇଛି । ନବମ, ଦଶମ ଓ ଏକାଦଶ ଦିବସରେ ବାଳୀ ବଧ, ସୁଗ୍ରୀବଙ୍କ ରାଜ ଅଭିଷେକ, ହନୁମାନଙ୍କ ସୀତା ଠାବ, ଲଙ୍କାପୋଡି, ଅଶୋକ ବାଟିକା ଭଙ୍ଗ, ରାବଣ ସୁତ ଅକ୍ଷୟ କୁମାର ବଧ ନାଟକ ମଂଚସ୍ଥ ହୋଇଥିବା ବେଳେ ସେତୁବନ୍ଧ ବାନ୍ଧି ଶ୍ରୀ ରାମ ସେନାଙ୍କ ଲଙ୍ଗାଗଡରେ ପ୍ରବେଶ । ନାଟକର ମୈାଳିକତାକୁ ସମସ୍ତ କଳାକାର ଧ୍ୟାନ ଦେଉଥିବା ବେଳେ ନାଟକକୁ ଜୀବନ୍ତ କରିବା ପାଇଁ ବିଭିନ୍ନ ସାଜସଜ୍ଜା ଉପକରଣମାନ ବ୍ୟବହାର କରାଯାଉଛି ।
ରାମ ଭୂମିକାରେ ଶୈଲେନ ବାବୁ, ଲକ୍ଷ୍ମଣ ଭୂମିକାରେ ଆନନ୍ଦ ମିଶ୍ର, ସୀତା ତପନ ପଟେଲ ଓ ମାନସ ସାହୁ, ହନୁମାନ ଘନଶ୍ୟାମ ସାହୁ, ନଳ ସତ୍ୟ ମାଝି, ନୀଳ ସୁବ୍ରତ ପଟ୍ଟନାୟକ, ଜାମ୍ବବାନ ପିଙ୍କୁ ନାଏକ, ତାରା ଚୈତନ୍ୟ ମଟାରି, ବାଳୀ ଝସକେତନ ବଢିଆ, ସୁଗ୍ରୀବ ସତ୍ୟବସନ୍ତ ବରିହା, ରାବଣ କୁମୁନ୍ଦ ରଞ୍ଜନ ନାଏକ, ଲଙ୍କେଶ୍ଵରୀ ଜ୍ଵାଲା ବଢିଆ, ବିଭୀଷଣ ଅରୁଣ ରାଉତ, ଅଙ୍ଗଦ ଘୁଣ୍ଡୁ ଗୋପାଳ ଅଭିନୟ କରିଛନ୍ତି । ଡା. ରୁଦ୍ର ପଟେଲଙ୍କ ରାବଣ ଅଭିନୟ ଦର୍ଶକଙ୍କୁ ଆକୃଷ୍ଟ କରୁଅଛି ।
ଆସନ୍ତା ୧୫ ତାରିଖରୁ ୧୯ ତାରିଖ ମଧ୍ୟରେ ନାଗଫାଶ ଓ କୁମ୍ଭକର୍ଣ୍ଣ ବଧ, ଇନ୍ଦ୍ରଜିତ ବଧ, ଲକ୍ଷ୍ମଣ ଶକ୍ତି ଭେଟ, ରାବଣ ବଧ ଓ ଶ୍ରୀରାମଙ୍କ ରାଜ୍ୟଅଭିଷେକ ଅନୁଷ୍ଠିତ ହେବ ବୋଲି ସଂପାଦକ ରାମଜୀ ନାଟ୍ୟ ସଂସଦ ରାମ ଚନ୍ଦ୍ର ନାଏକ ଓ ସଭାପତି ବାସୁଦେବ ବେହେରା ସୂଚନା ପ୍ରଦାନ କରିଛନ୍ତି ।