
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ପ୍ରବଳ ରୌଦ୍ର ତାପ ଓ ଅସହାୟ ଗୁଳୁଗୁଳି ରୁ ପଥିକ ମାନଙ୍କ ସାମାନ୍ୟ ତୃଷ୍ଣା-ଲାଘବ ନିମନ୍ତେ ପ୍ରତିବର୍ଷ ଭଳି ଚଳିତ ବର୍ଷ କୁମାର ଉତ୍ସବ ସମିତି ଓ ବୋର୍ଡିଂ ଛକ ଗଣେଶ ପୂଜା କମିଟି ମିଳିତ ଆନୁକୁଲ୍ୟରେ ଏକ ଜଳଛତ୍ର ଓ ଅଂଶୁଘାତ ସହାୟତା କେନ୍ଦ୍ର ସ୍ଥାନୀୟ ବ୍ରାହ୍ମଣ ସମିତି ବୋର୍ଡିଂ ଛକ ଠାରେ ଶୁଭାରମ୍ଭ ହୋଇଯାଇଅଛି।ଏହି ମହତ୍ କାର୍ଯ୍ୟକ୍ରମ କୁ ପୁରୀ ବିଧାୟକ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଆଦିତ୍ୟ ହୃଦୟ ମିଶ୍ର, ରାଜେଶ ମିଶ୍ର,ଚକ୍ରଧର ମହାପାତ୍ର, ନୃସିଂହ ସିହ୍ନା, ମନୋଜ ରଥ, ସୁକାନ୍ତ ପଣ୍ଡା, ଅମରେନ୍ଦ୍ର ପାଇକରାୟ ପ୍ରମୁଖ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଲୋକଙ୍କୁ ସେବା ପ୍ରଦାନ କରିଥିଲେ।ଏହି ମହତ୍ କାର୍ଯ୍ୟକ୍ରମ ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ସଂଘ ତରଫରୁ ସୂଚନା ପ୍ରଦାନ କରାଯାଇଛି |