
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଆମ ଭାରତର ସମ୍ବିଧାନ ତାର ପ୍ରତ୍ୟେକ ନାଗରିକଙ୍କୁ ସ୍ୱାଧୀନ ଭାବେ ବଞ୍ଚିବା ପାଇଁ ଅଧିକାର ଦେଇଛି। ଯାହାକୁ ସୁରକ୍ଷା ଦେବା ପାଇଁ ଆଇନ କାନୁନ ବ୍ୟବସ୍ଥା ରହିଛି। ସେହି ଆଇନ କାନୁନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଏକ ନୂତନ ବିଶେଷ କାର୍ଯ୍ୟକ୍ରମ ‘ଆମ ଆଇନ ଆମ ସୁରକ୍ଷା’। ଏଥିରେ ଶ୍ରୋତା ଆଇନ କାନୁନ ସମ୍ପର୍କରେ ରୋଚକ ତଥ୍ୟ ସହିତ ତାଜା ଆଇନ ସମାଚାର ଗୁଡିକ ଶୁଣିପାରିବେ। ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ ପ୍ରତ୍ୟେକ ମାସର ତୃତୀୟ ରବିବାର ଦିନ ପୂର୍ବାହ୍ନ ୧୧ଟା ସମୟରେ ଏବଂ ଏହାର ପୁନଃ ପ୍ରସାରଣ ଶୁଣିପାରିବେ ସେହି ଦିନ ରାତି ୮ଟା ସମୟରେ।ଏହାର ପ୍ରଥମ ଅଧ୍ୟାୟ ଅପ୍ରେଲ ୧୬ ତାରିଖରୁ ପ୍ରସାରିତ ହେବ। ଏହାକୁ ଶ୍ରୋତା ମୋବାଇଲରେ ନ୍ୟୁଜ ଅନ ଏ ଆଇ ଆର ଆପ୍ ଡାଉନ୍ ଲୋଡ୍ କରି କିମ୍ୱା ୧୦୩.୪ ଏଫ୍ଏମ ଜରିଆରେ ଶୁଣିପାରିବେ।