– ରିସ୍ୟାଟ-୨ବିଆର୧ ସମେତ ୯ଟି ବାଣିଜି୍ୟକ ଉପଗ୍ରହର ସଫଳ ଉତକ୍ଷେପଣ
– ଇସ୍ରୋ ଅଧ୍ୟକ୍ଷ ଡ. କେ. ଶିବନଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚନ
ନୂଆଦିଲ୍ଲୀ, ୧୧ ଡିସେମ୍ବର (ହି.ସ)- ଆଜି ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ର (ଏସଡିଏସସି)ରୁ ଭାରତୀୟ ଧ୍ରୁବୀୟ ଉପଗ୍ରହ ପ୍ରକ୍ଷେପଣ ଯାନ (ପିଏସଏଲଭି-ସି୪୮)ର ୫୦ତମ ଅଭିଯାନରେ ରିସ୍ୟାଟ-ଟୁବିଆର୧ ସମେତ ୯ଟି ବାଣିଜି୍ୟକ ଉପଗ୍ରହକୁ ସଫଳତା ପୂର୍ବକ ଉତକ୍ଷେପଣ କରାଯାଇଛି ।
ପ୍ରଥମ ଲଂଚ ପ୍ୟାଡରୁ ଅପରାହ୍ଣ ୩ଟା ୨୫ ମିନିଟରେ ପିଏସଏଲଭି-ସି୪୮ ଉତକ୍ଷେପଣ କରାଯାଇଥିଲା । ଏହାର ୧୬ ମିନିଟ ୨୩ ସେକେଣ୍ଡ ପରେ ରିସ୍ୟାଟ-ଟୁବିଆର୧ ସଫଳତା ପୂର୍ବକ ଅଲଗା ହୋଇ ୫୭୬ କିମି ବିଶିଷ୍ଟ କକ୍ଷପଥରେ ଅବସ୍ଥାପିତ ହୋଇଥିଲା । ଏହାପରେ ୯ଟି ବାଣିଜି୍ୟକ ଉପଗ୍ରହଗୁଡ଼ିକ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଥିଲେ । ଅଲଗା ହେବା ପରେ ରିସ୍ୟାଟ-ଟୁବିଆର୧ ସ୍ୱୟଂକ୍ରିୟ ଭାବେ ନିୟୋଜିତ ହୋଇଥିଲା ଏବଂ ବେଙ୍ଗାଲୁରୁସ୍ଥିତ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ ଏହା ଉପରେ ତୁରନ୍ତ ନିୟନ୍ତ୍ରଣ ହାସଲ କରିଥିଲା । ଆଗାମୀ ଦିନରେ ଏହି ଉପଗ୍ରହ ଚୁଡ଼ାନ୍ତ କାର୍ଯ୍ୟକ୍ଷମ ସ୍ଥିତିକୁ ଆସିଯିବ ।
“୫୦ତମ ମହାକାଶ ଅଭିଯାନ ସହିତ ଆଜି ଆମେ ପିଏସଏଲଭି ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିପାରିଛୁ” ବୋଲି ଇସ୍ରୋ ଅଧ୍ୟକ୍ଷ ଡ. କେ ଶିବନ ଘୋଷଣା କରିଥିଲେ । ଏହି ଅବସରରେ ଡ. ଶିବନଙ୍କ ଦ୍ୱାରା ‘ଚଝଖଠଅ ୫୦’ ଶୀର୍ଷକ ପୁସ୍ତକ ଉନ୍ମୋଚିତ ହୋଇଥିଲା । ସେ ଆହୁରି କହିଥିଲେ ଯେ ଏହି ସକ୍ଷମ ପ୍ରକ୍ଷେପଣ ଯାନ ଦ୍ୱାରା ବର୍ତମାନସୁଦ୍ଧା ୫୨.୭ ଟନ ଓଜନର ଉପଗ୍ରହ ମହାକାଶକୁ ପଠାଯାଇସାରିଲାଣି । ଏଥିମଧ୍ୟରୁ ୧୭% ବାଣିଜି୍ୟକ ଉପଗ୍ରହ ରହିଛି ।
ରିସ୍ୟାଟ-୨ବିଆର୧ ହେଉଛି ଏକ ରାଡାର ଚିତ୍ରୋତଳନ କରୁଥିବା ଭୂ-ଅବଲୋକନ ଉପଗ୍ରହ ଯାହାର ଓଜନ ୬୨୮ କିଗ୍ରା । କୃଷି, ବନୀକରଣ ଓ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଏହି ଉପଗ୍ରହ ସେବା ଯୋଗାଇ ଦେବ । ରିସ୍ୟାଟ-୨ବିଆର୧ର କାର୍ଯ୍ୟକାଳ ହେଉଛି ୫ ବର୍ଷ ।
ଖୁବ ଅଳ୍ପ ସମୟ ମଧ୍ୟରେ ଅଭିଯାନକୁ ସଫଳ କରିଥିବାରୁ ଇସ୍ରୋ ଟିମକୁ ଡ. ଶିବନ ପ୍ରଶଂସା କରିଥିଲେ । ଏହି ଅଭିଯାନ ମାଧ୍ୟମରେ ଇସ୍ରାଏଲ, ଇଟାଲୀ, ଜାପାନ ଓ ଆମେରିକାର ୯ଟି ବାଣିଜି୍ୟକ ଉପଗ୍ରହକୁ ସେମାନଙ୍କ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରାଯାଇଛି । ନୁ୍ୟ ସ୍ପେସ ଇଣ୍ଡିଆ ଲିଃ (ଏନଏସଆଇଏଲ) ସହ ବାଣିଜି୍ୟକ ଚୁକ୍ତି ଅଧୀନରେ ଏହି ଉପଗ୍ରହଗୁଡ଼ିକୁ ଉତକ୍ଷେପଣ କରାଯାଇଛି । ଏହା ପିଏସଏଲଭିର ୫୦ତମ ଅଭିଯାନ ହୋଇଥିବା ବେଳେ ଶ୍ରୀହରିକୋଟାରୁ ଏହା ହେଉଛି ୭୫ତମ ଉପଗ୍ରହ ଉତକ୍ଷେପଣ ଅଭିଯାନ । ୭ ହଜାରରୁ ଊଦ୍ଧ୍ୱର୍ ଦର୍ଶକ ଉପଗ୍ରହ ଉତକ୍ଷେପଣକୁ ଉପଭୋଗ କରିଥିଲେ ।