ମାଲକାନଗିରି,ମାଲକାନଗିରି ଜବାହର ନବୋଦୟ ବିଦ୍ୟାଳୟ ଠାରେ ଆଜି ପ୍ରତିଷ୍ଠା ଦିବସ ଅଧ୍ୟକ୍ଷ ସି. ଶିବରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଇନ୍ଦିରା ଠାକୁର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ ଜି-୨୦ ଶିକ୍ଷା କାର୍ଯ୍ୟକ୍ରମ ବୈଠକ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପାଠ କରିଥିଲେ। ମୁଖ୍ୟବକ୍ତା ରୂପେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅଧ୍ୟାପକ ଡ଼. ରଞ୍ଜନ କୁମାର ସ୍ବାଇଁ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ କିପରି କଠିନ ପରିଶ୍ରମ କରି ସୁନାଗରିକ ହେବେ ସେନେଇ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ସୁଧାଶ୍ରୀ ସାହୁ ମହାତ୍ମା ଗାନ୍ଧୀ ଜାତୀୟ ଫେଲୋ ସେମିନାର ଠାରେ ଡିଜିଟାଲ ଯୁଗର ଭବିଷ୳ତ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ବସୁଧଇବ କୁଟୁମ୍ବକମ୍ ବିଷୟରେ ପିନାକୀ ପଣ୍ଡା, ଆରତୀ ବେହେରା, ସୁନିଲ ପାଠକଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ କହିଥିଲେ। ଏହି ଉପଲକ୍ଷେ ପ୍ରୋଜେକ୍ଟର ମାଧ୍ୟମରେ ଏକ ସେମିନାର ଆୟୋଜିତ ହୋଇଥିଲା।
ପ୍ରାରମ୍ଭରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା। ଏଥିରେ ୧୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ସଭା ଶେଷରେ ଶଙ୍ଖ ମାରିଡି ଧନ୍ୟବାଦ ଅର୍ପଣ କରିଥିଲେ।