ବଲାଙ୍ଗିର, ଆଜି ଜିଲ୍ଲା ଦଳିତ ସମାଜ ପକ୍ଷରୁ ସାମ୍ବିଧାନିକ ଭାରତର ରାଷ୍ଟ୍ରପିତା ତଥା ଭାରତ ରତ୍ନ ଡଃ. ଭୀମ ରାଓ ଆମ୍ବେଦକରଙ୍କ ୧୩୨ ଜନ୍ମ ଜୟନ୍ତୀ ଉତ୍ସବ ଧୁମ୍ ଧାମ୍ରେ ପାଳିତ ହୋଇଯାଇଛି । ଏଥିରେ ବଲାଙ୍ଗିର ସମେତ ଜିଲ୍ଲାର ଗ୍ରାମାଞ୍ଚଳରୁ ଆଜି ମଧ୍ୟାହ୍ନରେ ଦଳିତ ସମାଜର ହଜାର ହଜାର ସଂଖ୍ୟାରେ ସଦସ୍ୟ ସମବେତ ହୋଇ କୋଶଳ କଳା ମଣ୍ଡଳ ଠାରୁ ଏକ ବିଶାଳ ରାଲିରେ ବାହାରି ସହରର ମୁଖ୍ୟରାସ୍ତାର ପିପି ଏକାଡେମୀ ଛକ, ପିଆର୍ ହାଇସ୍କୁଲ ଛକ ଓ ପାଟଣା ଛକ ଦେଇ କଚେରୀ ଛକକୁ ଆସି ସେଠାରେ ବାବା ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଶୋଭାଯାତ୍ରାରେ ଟାଉନ ହଲକୁୁ ଆସିଥିଲେ ଓ ଅନୁଷ୍ଠିତ ସଭାରେ ଯୋଗ ଦେଇଥିଲେ ହଜାର ହଜାର ଦଳିତ ସମାଜର ସଦସ୍ୟମାନେ ।
ଅନ୍ୟପଟେ ସାରା ସହର ଜୟ ଭୀମ ନାରାରେ କମ୍ପି ଉଠିଥିଲା । ସମ୍ବିଧାନ ପ୍ରଣେତା ବାବା ସାହେବଙ୍କ ଜନ୍ମଦିନର ଉତ୍ସବ ପାଳନ ପାଇଁ ସମସ୍ତେ ଉତ୍କଣ୍ଠାର ସହ ହାତରେ ପତାକା ନେଇ ଯାଉଥିବା ବେଳେ ରାସ୍ତାର ଦୁଇପାର୍ଶ୍ବରେ ଆଜି କଳା ପତାକା ସହିତ ଗୈରିକ ପତାକା ଶୋଭା ବର୍ଦ୍ଧନ କରିଥିଲା।