ଭୁବନେଶ୍ୱର, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତେବେ ଆସନ୍ତାକାଲି ଠାରୁ ପାଗରେ ପରିବର୍ତନ ହେବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । କାଲିଠୁ ଉତର ଓ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୧୬ ତାରିଖରୁ ବର୍ଷାର ପରିମାଣ ବଢିବ । ଫଳରେ ତାତି କମିବ ।
ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆସନ୍ତାକାଲି ୧୫ ତାରିଖରେ ଦେବଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଦେଖାଦେବ । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଶୁକ୍ରବାର ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ଝାରସୁଗୁଡାରେ ସର୍ବାଧିକ ୪୨.୦ ଡ଼ିଗ୍ରୀ ରେକର୍ଡ ହୋଇଥିବର ବେଳେ ସମ୍ବଲପୁରରେ ୪୧.୮ ଡ଼ିଗ୍ରୀ , ଭୁବନେଶ୍ୱର: ୪୦.୨ ଡ଼ିଗ୍ରୀ ,ଚାନ୍ଦବାଲି ୪୦.୦ ଡ଼ିଗ୍ରୀ , ହୀରାକୁଦ ୪୦.୦ ଡ଼ିଗ୍ରୀ ,କେନ୍ଦୁଝର ୩୮.୦ ଡ଼ିଗ୍ରୀ , ବାଲେଶ୍ୱର ୩୬.୪ ଡ଼ିଗ୍ରୀ , ଗୋପାଳପୁର ୩୩.୨ ଡ଼ିଗ୍ରୀ , ପୁରୀ ୩୩.୨ ଡ଼ିଗ୍ରୀ ଓ ପାରାଦୀପ: ୩୨.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।