
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ବାବା ଲୋକନାଥ ଙ୍କ ହୁଣ୍ଡିରୁ ୪,୦୨,୬୫୬ ଟଙ୍କା ମିଳିଛି।ଗତ ତା ୨୨.୧୦.୨୦୨୨ ରିଖରେ ଶେଷ ଥର ପାଇଁ ହୁଣ୍ଡି ଖୋଲା ଯାଇଥିଲା।ଏହା ମଧ୍ୟରେ ବାବା ଲୋକନାଥ ଙ୍କ ମହାଶିବରାତ୍ରି ଅନୁଷ୍ଠିତ ହୋଇଥିଲା। ଉପଜିଲ୍ଲାପାଳ ଭବତାରଣ ସାହୁ ଙ୍କ ପରାମର୍ଶ କ୍ରମେ ମାଜିଷ୍ଟ୍ରେଟ ଓ ପୋଲିସ ଙ୍କ ଉପସ୍ଥିତ ରେ ହୁଣ୍ଡି ଖୋଲାଯାଇଥିଲା ।ଏଥିରେ ଡେପୁଟି କଲେକ୍ଟର ରାମଚନ୍ଦ୍ର ପଟ୍ଟନାୟକ, ବାସେଳୀ ସାହି ଆଇଆଇସି କୁଳମଣି ସେଠୀ, ମନ୍ଦିର ମ୍ୟାନେଜର ଅପର୍ତ୍ତି ପରିଡା, ନାଜିର ଭାଗିରଥି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅର୍ଥ କୁ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଆକାଉଣ୍ଟ ରେ ଜମା କରାଯାଇଥିଲା।