କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଶିକରୀୟା ଗୋ ସେବା ସମିତି ପକ୍ଷରୁ ଗୋସମ୍ପଦର ସୁରକ୍ଷା ତଥା ମହାନ୍ ସନାତନ ସଂସ୍କୃତିର ରକ୍ଷା ପାଇଁ ପୁରୀରେ ପ୍ରଥମ ଥର ପାଇଁ ଗୋବିଶେଷଜ୍ଞଙ୍କୁ ନେଇ ଜାତୀୟ ସ୍ତରୀୟ ଗୋ ସମୃଦ୍ଧି ଓ ଗୋ ସେବା ଅନୁଷ୍ଠିତ ହେବ। ଆସନ୍ତା ଏପ୍ରିଲ ୧୫ରୁ ୨୧ ତାରିଖ ଯାଏଁ ପୁରୀ – କୋଣାର୍କ ମାରାଇନ ଡ୍ରାଇଭ୍ ରାସ୍ତାର ସ୍ବାମୀ ନାରାୟଣ ମନ୍ଦିରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏଥିପାଇଁ ସକାଳ ୯ ଟାରୁ ଅପରାହ୍ନ ଗୋଟାଏ ଏବଂ ସନ୍ଧ୍ୟା ୪ ଟାରୁ ୮ ଟା ପର୍ଯ୍ୟନ୍ତ ଦୁଇଟି ଅଧିବେଶନ ହେବ।ପ୍ରଥମ ଅଧିବେଶନରେ ଗୋସମ୍ପଦର ସୁରକ୍ଷା,ଗୋ ସେବା ,ଗୋ ସଂରକ୍ଷଣ ଓ ଗୋ ସମ୍ବର୍ଦ୍ଧନା କରାଯିବ।କେବଳ ଦେଶୀ ଗାଈ ହିଁ ପ୍ରକୃତ ଗାଈ।କ୍ଷୀର,ଗୋବର ଓ କ୍ଷୀରରେ ଔଷଧୀୟ ଶକ୍ତି ରହିଛି। ଏ ସମ୍ପର୍କରେ ଆୟୁର୍ବେଦ ଶାସ୍ତ୍ର ଓ ଅନେକ ଗବେଷଣାତ୍ମକ ତଥ୍ୟ ରହିଛି। ଏକ ଗବେଷଣାରୁ ଜଣାପଡ଼ିଛି
ଗାଈ ଭସ୍ମ ପାଣିରେ ମିଶାଇ ରଖିଲେ ପାଣିରେ ୨୦ ପ୍ରତିଶତ ଅମ୍ଳଜାନ ସୃଷ୍ଟି ହେଉଥିବା କୁହାଯାଏ ।ଏହି ୭ ଦିନିଆ ସମ୍ମିଳନୀରେ ଡଃ ଜ୍ଞାନେନ୍ଦ୍ର ପ୍ରସାଦ ପଞ୍ଚଗବ୍ୟ ଆଧାରିତ ଚିକିତ୍ସା ସେବା କରିବେ।ଉତ୍ତରାଖଣ୍ଡ ନୀରଜ କୁମାର ଗୋବରରୁ ପ୍ରସ୍ତୁତ କଳାକୃତି ସମ୍ପର୍କରେ ପ୍ରଶିକ୍ଷଣ ଦେବେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ,କୃଷି ବିଭାଗ,ଓର୍ମାସ,MSME ସହଯୋଗ କରୁଛି।ସେହିପରି ମହାରାଷ୍ଟ୍ରର ଧନଞ୍ଜୟ ସିଣ୍ଠେ ଗୋବରରୁ ବାୟୋ ଗ୍ୟାସ ପ୍ରସ୍ତୁତି ଓ ଏହାର କାର୍ଯ୍ୟକାରିତା ଉପରେ ବୁଝାଇବେ ।ରାଜସ୍ଥାନ ବିକାନରର ନିର୍ମଳ ବରାଡିଆ ଜୈବିକ ଖତ ଉପରେ କହିବେ।ରାଜସ୍ଥାନ ଗୋ ସେବା ସଂଘ ସଭାପତି ସୁରଜ୍ ମଲ୍ଲସିଂହ ନିର୍ମାଣା ଗୋ ପ୍ରଜନନ ସମ୍ପର୍କରେ କହିବେ।ରୋହିତ ଭାଇ ରାୱଲ୍ ଗୋଦୁଗ୍ଧ ଓ ଘିଅ ସମ୍ପର୍କରେ ଉଦବୋଧନ ଦେବେ।ଏହି କାର୍ଯ୍ୟକ୍ରମ ଶିକରୀୟା ଗୋ ସେବା ସମିତିର ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ଶିକରୀୟା ଆୟୋଜନ କରୁଛନ୍ତି ।ପୁରୀ ସେବା ସମିତି ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେବାୟତ ଇପସିତ ପ୍ରତିହାରୀ,ସୁବ୍ରତ କୁମାର ଭୂୟାଁ,ଜ୍ୟୋତିରଂଜନ ନାଥଶର୍ମା,ରାମକୃଷ୍ଣ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
Related Stories
November 23, 2024