-
ଫେଡେରେସନ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ସମସ୍ତଙ୍କୁ ଶିକ୍ଷା ଓ ନିଯୁକ୍ତି ଦାବୀରେ ଭାରତର ଛାତ୍ର ଫେଡେରେସନ ( SFI) ଓ ଭାରତର ଯୁବ ଫେଡରେସନ୍ ଏକ ଗଣପ୍ରତିନିଧି ଦଳରେ ଆସି ପୁରୀ ଜିଲ୍ଲାପାଳଙ୍କ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ବିଭିନ୍ନ ଲିଖିତ ଦାବୀ ନେଇ ଜିଲ୍ଲାପାଳ ଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଭାରତର ଛାତ୍ର ଫେଡେରେସନ ଆଶା ରଖିଛି ଯେ ସରକାର ରାଜ୍ୟର ଯୁବ ଓ ଛାତ୍ରଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଯଥା ଶୀଘ୍ର ଏ ଦିଗରେ ପଦକ୍ଷେପ ନେବେ ।
ପ୍ରମୁଖ ଦାବୀ ଗୁଡିକ ହେଉଛି ରାଜ୍ୟର ସମସ୍ତ ଛାତ୍ର ଛାତ୍ରୀଙ୍କୁ ଅବୈତନିକ ଉଚ୍ଚ ଶିକ୍ଷା ପ୍ରଦାନର ସୁ ବନ୍ଦୋବସ୍ତ କରାଯାଉ, ଶିକ୍ଷା ପରେ ସମସ୍ତ ଶିକ୍ଷିତ ବେକାର ଯୁବକକୁ କାମ / ଚାକିରୀ ଯୋଗାଇ ଦିଆଯାଉ ନଚେତ ବେକାରୀ ଭତ୍ତା ପ୍ରଦାନ କରାଯାଉ,ଦୀର୍ଘ ଦିନ ଧରି ବନ୍ଦ କରି ରଖାଯାଇଥିବା ଛାତ୍ର ସଂସଦ ନିର୍ବାଚନକୁ ପୁନର୍ବାର ଚାଲୁ କରି ସେମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ପୁନର୍ବାର ସୁରକ୍ଷିତ କରାଯାଉ,କଲେଜ୍ ଓ ବିଶ୍ଵବିଦ୍ୟାଳୟ ପରିଚାଳନା କମିଟିରେ ନିର୍ବାଚିତ ଛାତ୍ର ଓ ଶିକ୍ଷକ ପ୍ରତିନିଧିଙ୍କୁ ରଖା ଯାଉ,ବିନା ବନ୍ଧକରେ ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ କର୍ମସଂସ୍ଥାନ ପାଇଁ ରିହାତିରେ ବ୍ୟାଙ୍କ୍ ଋଣ ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦିଆଯାଉ, ଯୁକ୍ତଦୁଇ ଶିକ୍ଷାକୁ ତୁରନ୍ତ ବିଦ୍ୟାଳୟ ସ୍ତରରେ ଅନ୍ତର୍ଭୁକ୍ତ କରି ବିଦ୍ୟାଳୟ ହାରରେ ନାମଲେଖା ଫିସ ଆଦାୟ ହେଉ,ସବୁ ସାଧାରଣ ଡିଗ୍ରୀ କଲେଜରେ ନାମଲେଖା ଫିସ ସମାନ ରହୁ, ପ୍ରତ୍ୟେକ ମହାବିଦ୍ୟାଳୟରେ ପର୍ଯ୍ୟାପ୍ତ ଛାତ୍ରାବାସ ବ୍ୟବସ୍ଥା ରହୁ ଓ ଅନ୍ତେବାସୀ ଓ ଅନ୍ୟ ଛାତ୍ରଙ୍କୁ ରିହାତି ଦରରେ ମଧ୍ୟାହ୍ନ ଭୋଜନ କେନ୍ଦ୍ର ଖୋଲୁ,ଚାକିରି ଆବେଦନ ଫର୍ମ ଦେୟମୁକ୍ତ ହେଉ ଓ ପରୀକ୍ଷା ଓ ସାକ୍ଷାତକାର ପାଇଁ ବସ ଓ ଟ୍ରେନ ଯାତାୟତ ଦେୟମୁକ୍ତ ହେଉ, ଶିକ୍ଷାର ଘରୋଇକରଣ ଓ ବ୍ୟବସାୟୀକରଣ ରୋକିବା ପାଇଁ ରାଜ୍ୟ ଆଇନ ପ୍ରଣୟନ କରୁ,ବ୍ୟବସାୟିକ ଶିକ୍ଷାନୁଷ୍ଠାନ ଗୁଡିକୁ କର୍ପୋରେଟ କର ପରିସରଭୁକ୍ତ କରାଯାଉ ବୋଲି ଦାବୀ କରିଛନ୍ତି |