କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ଓଡିଶା ଫାର୍ମାସିଷ୍ଟ ମହାସଂଘ ଡାକରା ରେ ଡ଼େଲାଙ୍ଗ ଫାର୍ମାସିଷ୍ଟ ମହାସଙ୍ଗ ପକ୍ଷ ରୁ ଆଜି ଦାବିପତ୍ର ସ୍ଥାନୀୟ ଗୋଷ୍ଠିସ୍ୱସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଫାର୍ମାସିଷ୍ଟଙ୍କ ମୂଳଦରମା ଗ୍ରେଡପେ ୨୪ ଟଙ୍କା ରୁ ୨୮ ଶହ ଟଙ୍କା କୁ ବୃଦ୍ଧି, ୨ ବର୍ଷ ଚାକିରୀ ପରେ ସମସ୍ତଙ୍କୁ ୪୨ଶହ ଗ୍ରେଡପେ ପ୍ରଦାନ,ଫାର୍ମାସିଷ୍ଟ ପଦବୀକୁ ଫର୍ମାସି ଅଫିସର କରିବା ପ୍ରବୃତ୍ତି ଦାବି ନେଇ ଏକ ଦାବିପତ୍ର ଡ଼େଲାଙ୍ଗ ଫାର୍ମାସିଷ୍ଟ ସଂଘ ପକ୍ଷରୁ ସ୍ଥନିୟ ଡ଼େଲାଙ୍ଗ ଗୋଷ୍ଠୀ ଗୋଷ୍ଠିସ୍ୱସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡା-ସନ୍ତୋଷ କୁମାର ତ୍ରିପାଠୀ ଙ୍କୁ ପ୍ରଦାନ କରାଯାଇଛି। ଆସନ୍ତା 15 ତାରିଖ ସୁଦ୍ଧା ଦାବି ପୂରଣ ନହେଲେ 17 ତାରିଖ ରୁ ସମସ୍ତ ଫାର୍ମାସିଷ୍ଟ ସାମୁହିକ ଛୁଟି ରେ ଯିବେ ବୋଲି ସଂଘ ଚେତାବନୀ ଦେଇଛି। ଦାବିପତ୍ର ପ୍ରଦାନ ସମୟ ରେ ସଂଘ ର ବିଶ୍ୱଜିତ ରାଉତ, ରେବତୀ ବଲ୍ଲଭ ଜଗଦେବ, ସୁଶୀଲ କୁମାର ରାଉତ, ଛବିରାଣୀ ବେହେରା ଓ ରବିଶଙ୍କର ଖିଲାର ଫାର୍ମାସିଷ୍ଟ ପ୍ରମୁଖ ଉପସ୍ଥିତ ଥିଲେ।
Related Stories
November 24, 2024
November 24, 2024