ବଲାଙ୍ଗିର, ବିଶିଷ୍ଟ କ୍ରିଡାବିତ୍ ତଥା କ୍ରିଡା ସଂଗଠକ ଶେଖ ଆୟୁବ ମୁଶରଫଙ୍କ କ୍ୟାନସର ରୋଗଜନିତ ମୃତ୍ୟୁ ହୋଇଯାଇଛି । ଗତକାଲି ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି। ସ୍ଵର୍ଗତ ମୁଶରଫଙ୍କୁ ମୃତ୍ୟୁ ବେଳକୁ ୬୮ ବର୍ଷ ବୟସ ହୋଇଥିଲା । ସ୍ଵର୍ଗତ ମୁଶରଫ ଜଣେ ଆଗଧାଡିର ଫୁଟବଲ ଖେଳାଳି ଥିବା ସହ ରାଜ୍ୟ ସ୍ତରୀୟ ରେଫରି ଭାବରେ ଦିର୍ଘ ଦିନ ଧରି କ୍ରିଡା କ୍ଷେତ୍ରରେ ସେବା ଯୋଗାଇ ଆସିଥିଲେ । ସେ ଜଣେ କ୍ରୀଡା ସଂଗଠକ ଭାବରେ ମଧ୍ୟ ବେଶ୍ ଜଣାଶୁଣା ଥିଲେ । ଜିଲ୍ଲା କ୍ରୀଡା ସଂସଦର ସଂପାଦକ ଭାବରେ ଦିର୍ଘ ଦିନ ଧରି କାର୍ଯ୍ୟ ତୁଳାଇବା ସହ ରାଜ୍ୟ କ୍ରୀଡା ସଂଗଠନର ମଧ୍ୟ ଉପସଭାପତି ଭାବେ କାର୍ଯ୍ୟ ତୁଲାଇ ଆସିଥିଲେ । ସେ ବଲାଙ୍ଗିର ସୁନ୍ନି ସଦର ମସଜିଦର ସଂପାଦକ ଥିଲେ । ତାଙ୍କ ବିୟୋଗରେ ଜିଲ୍ଲା ତଥା ରାଜ୍ୟ କ୍ରୀଡା ଜଗତରେ ଏକ ଶୁନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ରାଜ୍ୟ ଫୁଟବଲ ଖେଳାଳି ତଥା ପୂର୍ବତନ ସାଂସଦ ତଥା ପିସିସି ସଭାପତି ଶରତ ପଟ୍ଟନାୟକ ତାଙ୍କ ଶୋକ ବାର୍ତ୍ତାରେ ପ୍ରକାଶ କରିବା ସହ ସ୍ଵର୍ଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସମାଜସେବୀ ବିକ୍ରମାନନ୍ଦ ବହିଦାର, ପୂର୍ବତନ ନଗରପାଳ ପ୍ରଦୀପ ସାହୁ, ବରିଷ୍ଠ ନେତା ଭଗବାନ ବଗର୍ତ୍ତି, ଏଆଇସିସି ସଭ୍ୟ ବିଧୁ ଭୂଷଣ ତ୍ରିପାଠୀ, ସୁନ୍ନି ସଦର ମସଜିଦର ସଂପାଦକ ଶେଖ୍ ଜାବେଦ୍ ଇକବାଲ, ଯୁବନେତା ଅବଦୁଲ ରଜାକ, ମଦନ ମୋହନ ରଥ, ପ୍ରମୋଦ ସାହୁ, ପୂର୍ବତନ ଫୁଟବଲ ଖେଳାଳି ଅବଦୁଲ ମୁଜିବ ପ୍ରମୁଖ ଗଭିର ଶୋକ ପ୍ରକାଶ କରିଛନ୍ତି ।