
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ -ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ସବୁଜିମା ଭରା ପରିବେଶ ସାଙ୍ଗକୁ ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ସ୍ମାର୍ଟ ସିଟି ଭାବେ ଭୁବନେଶ୍ବର ନିଜର ସ୍ଵତନ୍ତ୍ର ପରିଚୟ ବଜାୟ ରଖିଛି। ଆମ ସମସ୍ତଙ୍କ ମିଳିତ ପ୍ରଚେଷ୍ଟା ହିଁ ଭୁବନେଶ୍ବରର ଗରିମାକୁ ଅକ୍ଷୂର୍ଣ୍ଣ ରଖି ଏହାକୁ ଆହୁରି ସୁନ୍ଦର ସହର କରି ଗଢି ତୋଳିବ।