-
ସମ୍ବଲପୁରରେ ପୋଲିସ ଉପରେ ଆକ୍ରମଣ ରାଜ୍ୟ ଶାସନର ଅପାରଗତାର ଚରମ ନିଦର୍ଶନ- ଧର୍ମେନ୍ଦ୍ର ପ୍ରଧାନ
-
ସମ୍ବଲପୁରର ନାଗରିକଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବା ପାଇଁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର, ସମ୍ବଲପୁରରେ ଅଭାବନୀୟ ସ୍ଥିତି ପାଇଁ ରାଜ୍ୟ ସରକାରଙ୍କ ଅପାରଗତା ନିନ୍ଦନୀୟ । ବିଶେଷ ଭାବରେ ପୋଲିସ ଉପରେ ଆକ୍ରମଣ ରାଜ୍ୟ ଶାସନର ଅପାରଗତାର ଚରମ ନିଦର୍ଶନ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ସମ୍ବଲପୁରର ସବୁ ବର୍ଗର ନାଗରିକଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବା ପାଇଁ ସେ ନିବେଦନ କରିଛନ୍ତି ।
ଝାରସୁଗୁଡାରେ କ୍ୟାବିନେଟ ମନ୍ତ୍ରୀ, ନାବାଳକ ହତ୍ୟା ଏବଂ ସମ୍ବଲପୁରରେ ପୋଲିସ ଓ ଜନତାଙ୍କ ଉପରେ ଆକ୍ରମଣ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ପ୍ରମାଣିତ କରୁଛି ।