-
ଏହା ଭୁବନେଶ୍ୱର ବାସିନ୍ଦାଙ୍କୁ ପୁଣିଥରେ ଲାଞ୍ଛନା- ଅପରାଜିତା
ଭୁବନେଶ୍ୱର,ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ଭୁବନେଶ୍ୱର ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ କରାଯିବାକୁ ନେଇ ବିବାଦ ଦେଖା ଦେଇଛି । ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ ଟ୍ୱିଟ୍ ଯୋଗେ ସରକାରଙ୍କୁ କହିଛନ୍ତି, ଗତବର୍ଷର ଏହା ପୁନରାବୃତ୍ତି । ଏହା ଭୁବନେଶ୍ୱର ବାସିନ୍ଦାଙ୍କୁ ପୁଣିଥରେ ଲାଞ୍ଛନା ବୋଲି କହିଛନ୍ତି । ଏହା ଉଦ୍ଦେଶ୍ୟମୂଳକ କି ଏବଂ ମୋର ଦୋଷ କ’ଣ ବୋଲି ମଧ୍ୟ ସେ ପଚାରିଛନ୍ତି । ଏଥିସହ ସେ କହିଛନ୍ତି, ଗତବର୍ଷ ବି ସେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଏବଂ ଏଥର ବି ଲେଖିବି । ଯେଉଁ ଜାଗାରେ ଏକଥା ଉଠାଇବା କଥା ନିଶ୍ଚୟ ଉଠାଇବି ବୋଲି କହିଛନ୍ତି ।
ଅପରାଜିତା କହିଛନ୍ତି ଯେ ଗତବର୍ଷ ହୁଏତ ଦୁର୍ଭାଗ୍ୟବଶତଃ ଡାକିନଥିବେ । କିନ୍ତୁ ଏବର୍ଷ ବି ସମାନ ଘଟଣାର ପୁନରାବୃତ୍ତି କରିଛନ୍ତି ରାଜ୍ୟ ସରକାର । ଏହା କେବଳ ସାସଂଦଙ୍କୁ ଅବମାନନା ନୁହେଁ ବରଂ ସମସ୍ତ ଭୁବନେଶ୍ୱରବାସୀଙ୍କୁ ଅଣଦେଖା କରାଯାଇଛି । ସାମ୍ବିଧାନିକ ପଦକୁ ଅସମ୍ମାନ କରାଯାଇଛି । ରାଜଧାନୀ ପ୍ରତିଷ୍ଠା ଦିବସ ହେଉଛି ଭୁବନେଶ୍ୱରର ଫାଉଣ୍ଡେସନ୍ ଡେ’ ନା କି କୌଣସି ଦଳୀୟ କାର୍ଯ୍ୟକ୍ରମ । ପ୍ରତିଷ୍ଠା ଦିବସରେ ନିର୍ବାଚିତ ସାଂସଦକୁ ନଡାକିବା ଏକ ହାସ୍ୟାତ୍ମକ ଘଟଣା ।