କଟକ- ମହିଳା କର୍ମଚାରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରାପଡ଼ା କ୍ରେଡ଼ିଟ୍ କୋ-ଅପରେଟିଭ୍ ସୋସାଇଟିର ପୂର୍ବତନ ସଭାପତି ପ୍ରମୋଦ ସାହୁଙ୍କୁ ଆଜି ହାଇକୋର୍ଟରୁ ମିଳିଛି ଜାମିନ୍ । ହାଇକୋର୍ଟଙ୍କ ଜାମିନ୍ ଉପରେ ତଳକୋର୍ଟ ସର୍ତ ରଖିପାରିବେ ବୋଲି କୋର୍ଟ କହିଛନ୍ତି ।
କର୍ମକ୍ଷେତ୍ରରେ ଅସଦାଚାରଣ ସହ ଶାରିରୀକ ସମ୍ପର୍କ ରଖିବାକୁ ଜବରଦସ୍ତି କରିଥିବା ନେଇ ଜଣେ ମହିଳା ସହକର୍ମୀ ତାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲେ । ଏପରିକି ମନ୍ଦ ଉଦେ୍ଧଶ୍ୟ ରଖି ପ୍ରମୋଦ ତାଙ୍କୁ ବିଭିନ୍ନ ସମୟରେ ଫୋନ୍ କଲ୍ ଓ ଆପତିଜନକ ମେସେଜ୍ ପଠାଇଥିଲେ । ଯାହାର ପ୍ରମାଣ ପୀଡ଼ିତା ପୂର୍ବରୁ ପୋଲିସ ଓ ଗଣମାଧ୍ୟମକୁ ଦେଇଛନ୍ତି । ଗତ ଅପ୍ରେଲ୍ ୨୭ ତାରିଖରେ ପୀଡ଼ିତା ଏନେଇ ଥାନାରେ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ନଭେମ୍ବର ୩ ତାରିଖରେ ପ୍ରମୋଦଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।