ଭୁବନେଶ୍ୱର, ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ କାରଣରୁ ସ୍କୁଲ ଓ ଅଙ୍ଗନବାଡ଼ି ୧୬ ଯାଏଁ ବନ୍ଦ ଅଛି । ଖରା ବଢ଼ିଲେ ପୁଣି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ।
ସେ କହିଛନ୍ତି ଯେ ବର୍ତମାନ କଲେଜ ପରୀକ୍ଷା ଚାଲିଛି । ପରୀକ୍ଷା ସରିଲେ ଖରା ଦେଖି ନିଷ୍ପତ୍ତି ନିଆଯିବ ।
ସେ କହିଛନ୍ତି ଯେ ଶ୍ରମିକଙ୍କ ପାଇଁ ଦିନ ୧୧ରୁ ୩ଟା କାମ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି । ଶ୍ରମ ଅଧିକାରୀ ଏହା ତଦାରଖ କରିବେ ।
ସେ କହିଛନ୍ତି ଯେ ‘ବସ୍ରେ ଅଧିକ ଗହଳି ନ କରିବାକୁ ପରିବହନ ବିଭାଗକୁ କୁହାଯାଇଛି । ‘ବସ୍ରେ ବରଫ, ଓଆରଏସ , ପାଣି ମହଜୁଦ ରଖିବାକୁ କୁହାଯାଇଛି । ଳଛତ୍ର ଖୋଲିବାକୁ ଓ ନଳକୂଅ ମରାମତି ପାଇଁ କୁହାଯାଇଛି । ହସ୍ପିଟାଲରେ ଅଂଶୁଘାତ ରୋଗୀଙ୍କ ପାଇଁ ବେଡ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି ।