ଭୁବନେଶ୍ୱର, ଜାତୀୟ ରାଜପଥ -55 ଓ ଜାତୀୟ ରାଜପଥ 149 ନିର୍ମାଣ କାର୍ଯ୍ୟରେ ହେଉଥିବା ଅହେତୁକ ବିଳମ୍ବର ପ୍ରତିବାଦ କରିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ସେ କହିଛନ୍ତି ଯେ ଏହାର ପ୍ରତିବାଦରେ ଆସନ୍ତା ୧୭ ତାରିଖ ସକାଳ ୮ ରୁ ୯ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଧରି ଅର୍ଥନୈତିକ ଅବରୋଧ କରାଯିବ । ଶ୍ରୀ ସାହୁ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ବାରମ୍ବାର ଅଭିଯୋଗ, ପ୍ରତିବାଦ ପରେ ନୀତିନ ଗଡକରୀ ନୀରବ କାହିଁକି ? ଯଥାଶୀଘ୍ର ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।