-
ଝାରସୁଗୁଡାରେ ସର୍ବାଧିକ ୩୯.୨ ଡ଼ିଗ୍ରୀ
ଭୁବନେଶ୍ଵର, ଗତ କିଛି ଦିନ ହେଲା ରାଜ୍ୟରେ ଦିନ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଆଜି ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡାରେ ତାପମାତ୍ରା ସର୍ବାଧିକ ୩୯.୨ ଡ଼ିଗ୍ରୀ ରହିଛି ।
ସେହିପରି ବାଲେଶ୍ଵରରେ ୩୯ ଡ଼ିଗ୍ରୀ, ଚାନ୍ଦବାଲିରେ ୩୯ ଡ଼ିଗ୍ରୀ, ଭୁବନେଶ୍ଵରରେ ୩୮.୬ ଡ଼ିଗ୍ରୀ, ସମ୍ବଲପୁରରେ ୩୮.୨ ଡ଼ିଗ୍ରୀ, କେନ୍ଦୁଝରରେ ୩୭.୬ ଡ଼ିଗ୍ରୀ, ହୀରାକୁଦରେ ୩୭.୪ ଡ଼ିଗ୍ରୀ, ଗୋପାଳପୁରରେ ୩୪.୬ ଡ଼ିଗ୍ରୀ, ପୁରୀରେ ୩୩.୪ ଡ଼ିଗ୍ରୀ ଏବଂ ପାରାଦୀପରେ ୩୩ ଡ଼ିଗ୍ରୀ ରହିଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।