ମାଲକାନଗିରି, ଜଙ୍ଗଲ ଜାତ ଦ୍ରବ୍ୟ ହେଉଛି ଟୋଲା। ଆଦିବାସୀ ସମ୍ପ୍ରଦାୟର ମହିଳା ମାନେ ବଜାରରେ ମିଳୁଥିବା ବିଭିନ୍ନ ନାମି ଦାମୀ କମ୍ପାନୀର ତେଲକୁ ନିଜ ଘରେ ରୋଷେଇ ପାଇଁ ବ୍ୟବହାର କରିବା ପରିବର୍ତ୍ତେ ଟୋଲାରୁ ପ୍ରସ୍ତୁତ ତେଲକୁ ରୋଷେଇରେ ବ୍ୟବହାର କରିବାକୁ ଅଧିକ ପସନ୍ଦ କରିଥାନ୍ତିି।
ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନେ ବ୍ୟବହାର କରନ୍ତି ଏହି ଟୋଲା ତେଲ । ମହୁଲ ଗଛରୁ ଟୋଲା ସଂଗ୍ରହ କରି ଆଣି ଏହାକୁ ପ୍ରକ୍ରିୟାକରଣ ପରେ ଏହାକୁ ବର୍ଷ ତମାମ ବ୍ୟବହାର କରନ୍ତି ଆଦିବାସୀ। ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ତେଲ ଭଳି ଟୋଲା ତେଲରେ ସମାନ ସ୍ବାଦିଷ୍ଟ ରହିଥାଏ ବୋଲି ଆଦିବାସୀ ମହିଳାମାନେ କହନ୍ତି। ସେମାନଙ୍କ ଜମିରେ ମହୁଲ ଗଛ ଥାଏ। ସେଥିରୁ ସେମାନେ ମହୁଲ ଫୁଲ ଓ ଟୋଲା ସଂଗ୍ରହ କରିଥାନ୍ତି। ଏହି ଟୋଲାକୁ ଆଣି ଖରାରେ ଶୁଖାଇ ପରେ ମିଲକୁ ନେଇ ପେଡି ତେଲ ବାହାର କରନ୍ତି। ନିଜ ଚଳିବାକୁ ସେମାନେ ବର୍ଷସାରା ପାଇଁ ୨୦/୨୫ ଲିଟର ତେଲ ସଞ୍ଚୟ କରି ରଖି ଦେଇଥାନ୍ତି। ଯଦି କିଛି ତେଲ ବଳେ ତେବେ ତାହାକୁ ବିକ୍ରି କରିଥାନ୍ତି।