ଗଂଜାମ – ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକରେ ଏ ପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲାଯାଇନଥିବାରୁ ଚାଷୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଚାଷୀମାନେ ଧାନ ଅମଳ କରି ଖଳାରେ ଖୋଲା ମେଲାରେ ପକାଇ ରଖିଛନ୍ତି । ଅଚାନକ ବର୍ଷା କିମ୍ବା ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଘଟିଲେ ଚାଷୀମାନେ ସର୍ବସ୍ୱାନ୍ତ ହେବା ଆଶଙ୍କା ରହିଛି । ଏଣୁ ତୁରନ୍ତ ମଣ୍ଡି ଖୋଲି ଚାଷୀଙ୍କଠାରୁ ଧାନ କିଣିବାକୁ ଦାବୀ ହେଉଛି । ଆସନ୍ତା ୧୬ ତାରିଖରୁ ଶେରଗଡ଼ ବ୍ଲକରେ ଧାନ ମଣ୍ଡି ଆରମ୍ଭ ହେବ ବୋଲି ବ୍ଲକ କର୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024