ମାଲକାନଗିରି, ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟକୁ ଆଜି ଜି-୨୦ ସମୀକ୍ଷକ ଇନ୍ଦିରା ଠାକୁର (ମ୍ୟାନେଜର, ଜାତୀୟ କୌଶଳ ବିକାଶ ନିଗମ) ଓ ଶୁଭଶ୍ରୀ ସାହୁ (ମହାତ୍ମା ଗାନ୍ଧୀ ଜାତୀୟ ଫେଲୋ) ପରିଦର୍ଶନ କରିଥିଲେ। ସ୍ଥାନୀୟ ନୋଡାଲ ଅଫିସର ଡଃ. ରଞ୍ଜନ କୁମାର ସ୍ଵାଇଁ ଏହି ପରିଦର୍ଶନରେ ସହଯୋଗ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।
ବିଦ୍ୟାଳୟର ଅଧ୍ୟକ୍ଷ ଇକରାର ଅହମ୍ମଦ ମୁଖ୍ୟ ଅତିଥି ରୂପେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜି-୨୦ ଉପରେ ଆଲୋକପାତ ନିମନ୍ତେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଏକ ପୃଥିବୀ, ଏକ ପରିବାର ଓ ଏକ ଭବିଷ୍ୟତର ପରିକଳ୍ପନା କରି ବସୁଧଇବ କୁଟୁମ୍ବକଂ ଉପରେ ଆଲୋକପାତ କରାଯାଇଥିଲା। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅତି ଉତ୍ସାହରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଭି. ଜ୍ୟୋତି ପ୍ରକାଶ ପରିଚାଳନା କରିଥିଲେ ଓ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ମାନେ ଏଥିରେ ସହଯୋଗ କରିଥିଲେ।