ମାଲକାନଗିରି, ମାଲକାନଗିରି ଜିଲ୍ଲାପାଳ ଵିଶାଲ ସିଂ ଓ ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦେଶ କ୍ରମେ ମାଥିଲି ଅବକାରୀ ଥାନା କର୍ମଚାରୀ ମାନେ କିଆଙ୍ଗ ନଦୀ ନିକଟରେ ଛତିଶଗଡ ରାଜ୍ୟକୁ ଯାଉଥିବା ରାସ୍ତାରେ ଆଜି ପେଟ୍ରୋଲିଙ୍ଗ କରୁଥିବା ସମୟରେ, ଏକ ଟାଟା ମିନି ଟ୍ରକ ନମ୍ବର ଓଆର ୩୦-୨୦୬୯ ଆସୁଥିବା ଦେଖି ଅଟକାଇ ଯାଞ୍ଚ କରିବାରୁ ସେଥିରେ ୫୫ ବସ୍ତା ମହୁଲ ଫୁଲ ଥିବା ଦେଖିବାକୁ ପାଇଥିଲେ। ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରି ମାଥିଲି ଆଣିଥିଲେ। ଗିରଫ ଡ୍ରାଇଭର ମାଥିଲି ଉପର ସାହିର ସୁରେଶ ପୂଜାରୀଙ୍କୁ ଅବକାରୀ ଧାରା ୫୨ (୯ )-ରେ କୋର୍ଟଚାଲାଣ କରାଯାଇଛି। ୫୫ଟି ବସ୍ତାରେ ମୋଟ ୧୯ କୁଇଣ୍ଟାଲ ୨୫ କେଜି ମହୁଲ ରହିଥିଲା।
ଏହି ଚଢ଼ାଉରେ ମାଲକାନଗିରି ଅବକାରୀ ନିରୀକ୍ଷକ ଉଦୟ ଲାଲ ନାୟକ, ମାଥିଲି ଅବକାରୀ ଥାନା ଓଆଇସି ରବୀନ୍ଦ୍ର ନାଥ ପ୍ରଧାନ, ଏଏସଆଇ ପ୍ରଦିନ ନାୟକ, ଜେମ୍ସ ମାଲକୁମ ସାହୁ, ସୁରେନ୍ଦ୍ର ମାଢି ଓ ଅବକାରୀ ବିଭାଗର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।