ଭୁବନେଶ୍ୱର, ସମ୍ବଲପୁରରେ ହନୁମାନ ଜୟନ୍ତୀ ପୂର୍ବରୁ ବାଇକ ରାଲୀ ଉପରେ ଆକ୍ରମଣ ଘଟଣାରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ।
ଶ୍ରୀ ପଣ୍ଡା ଟ୍ୱିଟ କରି କହିଛନ୍ତି ଯେ – ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି, ସ୍ଥିତି ଏମିତି ହେଇଛି କି ପୋଲିସ ନିଜକୁ ସୁରକ୍ଷା ଦେବାପାଇଁ ମଧ୍ୟ ଅସମର୍ଥ । ସମ୍ବଲପୁରରେ ହନୁମାନ ଜୟନ୍ତୀ ସମାରୋହ ପୂର୍ବରୁ ଆୟୋଜିତ ଶୋଭାଯାତ୍ରା ଉପରେ ପଥର ମାଡ଼ ଦ୍ଵାରା ଅନେକ ପୋଲିସ କର୍ମୀ ଏବଂ ଶ୍ରଦ୍ଧାଳୁ ଗୁରୁତର ଭାବେ ଆହତ ହେବା ଘଟଣା ମତେ ବ୍ୟଥିତ କରିଛି । ଏହା ଉପରେ ସମସ୍ତ ଶାନ୍ତିପ୍ରିୟ ନାଗରିକ ଚିନ୍ତା ପ୍ରକଟ କରିବା ଦରକାର।