ମାଲକାନଗି – ଓଡ଼ିଶାର ରାଜ୍ୟ ଶାଖା ଓ ମାଲକାନଗିରି ଜିଲ୍ଲା ଶାଖା ରେଡ଼କ୍ରସ ତରଫରୁ ଜିଲ୍ଲାର ଦୁଇଟି ଗ୍ରାମ ଯଥା ଭାଲ୍ଲାମପାଲ୍ଲୀ ଏବଂ ମ୍ୟାଙ୍ଗିପାଲୀକୁ ପୋଷ୍ୟଶ୍ରମ ରୂପେ ଗ୍ରହଣ କରାଯାଇଛି । ଜିଲ୍ଲା ରେଡକ୍ରସର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ମନିଶ ଅଗ୍ରୱାଲଙ୍କ ନିଦେ୍ର୍ଧଶକ୍ରମେ ଏବଂ ରାଜ୍ୟ ଶାଖା ସହଯୋଗରେ ଏିହ ଦୁଇ ପୋଷ୍ୟ ଗ୍ରାମର ଗ୍ରାମବାସୀ ମାନଙ୍କର ଜୀବିକାର୍ଜନରେ ଉନ୍ନତି ଆଣିବା ଉଦେ୍ଧଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କ୍ରମରେ ପୂର୍ବରୁ ଗ୍ରାମର ଚାଷୀ ମାନଙ୍କୁ ଧାନ ବିହନ ବିତରଣ କରାଯାଇଥିବା ବେଳେ ରବି ରବି ଋତୁରେ ବୁଣିବା ପାଇଁ ଚିନାବାଦାମ ବିହନ ବିତରଣରେ ବ୍ୟବସ୍ଥା କରାଯାଇଛି । ପ୍ରଥମେ ଭାଲାମପାଲ୍ଲୀଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତଥା ଆୟୋଜନ କରାଯାଇଥିଲା । ଏହି ସଭାରେ କୃଷି ଅଧିକାରୀ ରଶ୍ମି ରଂଜନ ମହାରଣା ଗ୍ରାମର ଚାଷୀ ମାନଙ୍କୁ ଚିନାବାଦାମ ବୁଣିବା ପୂର୍ବ ଏବଂ ପର ସମସ୍ତ ସତର୍କତା ସମ୍ପର୍କରେ ଅବଗତ କରାଇଥିଲେ । ସଭାରେ ରାଜ୍ୟ ଶାଖାର କ୍ଷେତ୍ର ଅଧିକାରୀ ଲୀଳା ପୂଣ୍ୟତୀର୍ଥ ସ୍ୱାଇଁ ତଥା ପଡ଼ିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ଼କ୍ରସ ପରାମର୍ଶଦାତା ଅମୂଲ୍ୟରତ୍ନ ଯୋଗଦେଇ ପରିଚାଳନା ତଥା ବହିନ ବିତରଣ କାର୍ଯ୍ୟ କରିଥିଲେ । ସମୁଦାୟ ୭୦ ଜଣ ଚାଷୀଙ୍କୁ ଚାଷୀ ପ୍ରତି ୨୦ କି.ଗ୍ରା ଚିନାବାଦାମ ବିହନ ବିତରଣ କରାଯାଇଥିଲା । ତତ୍ପରେ ମାଝିପାଲ୍ଲୀ ପୋଷ୍ୟଗ୍ରାମର ଆୟୋଜିତ ସଭାରେ ଉପରୋକ୍ତ ଅଧିକାରୀଙ୍କ ସମେତ ପୂର୍ବତନ ବିଧାୟକ ମୁକୁନ୍ଦ ସୋନୀ, ଗ୍ରାମ ସରପଂଚ ଦେବା ମାଡ଼କାମି, ଯୁବରେଡ଼କ୍ରସ ମାଲକାନଗିରି ଜିଲ୍ଲାର ଅଧିକାରୀ ଡ. ରଂଜନ କୁମାର ସ୍ୱାଇଁ ଏବଂ ଡ. ଆଶିଷ ରାଠୋର ପ୍ରମୁଖ ଯୋଗଦାନ କରିଥିଲେ । ସଭାର ରଶ୍ମୀରଂଜନ ମହାରଣା ଚିନାବାଦାମ ଚାଷ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଅନ୍ୟାନ୍ୟ ଅତିଥିମାନେ ଚାଷର ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । କ୍ଷେତ୍ରଅଧିକାରୀ ଲୀଳା ପୂଣ୍ୟତୀର୍ଥ ସ୍ୱାଇଁ ଜୀବିକାର୍ଜ୍ଜନରେ ଉନ୍ନତି ପାଇଁ ଆଉ କି କି ପଦକ୍ଷେପ ନିଆଯାଇ ପାରିବ ସେ ସମ୍ପର୍କରେ ଗ୍ରାମବାସୀଙ୍କୀର ମତାମତ ଆହ୍ୱାନ କରିଥିଲେ । ଏହି ସଭାରେ ଗ୍ରାମର ୮୦ ଜଣଙ୍କୁ ଜଣପ୍ରତି ୨୦ କି.ଗ୍ରା. ଚିନାବାଦାମ ବିହନ ବିତରଣ କରାଯାଇଥିଲା ।
Related Stories
November 24, 2024
November 24, 2024