ମାଲକାନଗିରି, -ଓଡିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ସରକାରଙ୍କୁ ବାରମ୍ବାର ଦାବି ଜଣାଇଲେ ମଧ୍ୟ ତାହା ପୂରଣ ହୋଇପାରୁନାହିଁ। ଏନେଇ ଆସନ୍ତା ୧୫ ତାରିଖ ସୁଦ୍ଧା ୫ ଦଫା ଦାବି ପୂରଣ ନହେଲେ ସମୂହ ଭାବେ ସାମୟିକ ଛୁଟିରେ ଫାର୍ମାସିଷ୍ଟମାନେ ଯିବ ବୋଲି ନିଷ୍ପତ୍ତି ନେଇଛନ୍ତି। ଫାର୍ମାସିଷ୍ଟମାନଙ୍କ ମୂଳ ଦରମା ଗ୍ରେଡ ପେ ୨୪୦୦ ଟଙ୍କାରୁ ୨୮୦୦ ଟଙ୍କାକୁ ବୃଦ୍ଧି କରିବା, ଦୁଇ ବର୍ଷ ଚାକିରୀପରେ ସମୟାନୁକ୍ରମେ ସମସ୍ତଙ୍କୁ ଗ୍ରେଡପେ ୪୨୦୦ ଟଙ୍କା ପ୍ରଦାନ କରିବା, ସରକାରଙ୍କ ୨୦୨୦ ମସିହା ଏପ୍ରିଲ ୨୦ ତାରିଖରେ ପ୍ରକାଶ କରିତିବା ସଂଶୋଧିତ ଫାର୍ମାସିଷ୍ଟ କ୍ୟାଡର ୨୦୧୬ ଜାନୁଆରୀ ୧ ପରିବର୍ତ୍ତେ୨୦୧୩ ଅଗଷ୍ଟ ୨୪ରୁ କାର୍ଯ୍ୟକାରୀ କରି ତୁରନ୍ତ ପଦୋନ୍ନତି ପ୍ରଦାନ, ଫାର୍ମାସିଷ୍ଟ ପଦବୀ ବଦଳରେ ଫାର୍ମାସୀ ଅଫିସର ଭାବେ ନାମକରଣ, ୨୦୧୩ ପୂର୍ବରୁ ଠିକା ନିଯୁକ୍ତି ପାଇ କାର୍ଯ୍ୟକରିଥିବା ସମସ୍ତ ଫାର୍ମାସିଷ୍ଟମାନଙ୍କ କାର୍ଯ୍ୟକାଳକୁ ବରିଷ୍ଠତା ନିମନ୍ତେ ବିବେଚନା କରିବା ସହ ଆର୍ଥିକ ସୁବିଧା ଯୋଗାଇବା, ଏମ୍ଏଚ୍ୟୁ ଓ ଆବିରଏସ୍କେ ଅଧୀନରେ କାର୍ଯ୍ୟରତ ସମସ୍ତ ଫାର୍ମାସିଷ୍ଟଙ୍କୁ ସ୍ବାସ୍ଥ୍ୟ ବିଭାଗର ଖାଲି ସ୍ଥାନରେ ନିୟମିତ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛନ୍ତି।ଏହି ଦାବିଗୁଡିକ ଆସନ୍ତା ୧୫ ତାରିଖ ଭିତରେ ପୂରଣ ନହେଲେ ଆସନ୍ତା ୧୭ ତାରିଖରୁ ସମୂହ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛନ୍ତି।
Related Stories
November 25, 2024