ଭୁବନେଶ୍ୱର, ରାଜ୍ୟର ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ପାଇଁ ଖୁସି ଖବର। ବିଭିନ୍ନ ତହସିଲରେ କାର୍ଯ୍ୟରତ ୬୦୦ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ୩ ମାସ ମଧ୍ୟରେ ନିର୍ଦେଶ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଥିବା ଜଣା ପଡିଛି ।
ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠଙ୍କ ରାୟକୁ ଡିଭିଜନ ବେଂଚ କାଏମ ରଖିବା ସହ ବିଜ୍ଞପ୍ତି ଠାରୁ ସମସ୍ତ ସୁବିଧା ସୁଯୋଗ ସହ ସ୍ଥାୟୀ କରିବାକୁ ନିର୍ଦେଶ ଦେଇଛନ୍ତି ।