
ଭଦ୍ରକ – ଶେଷରେ ଶିକ୍ଷୟିତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଦେଇଥିବା ଅଭିେଯାଗରେ ଅଭିଯୁକ୍ତ ଜିଲାସ୍କୁଲ, ଭଦ୍ରକର ୩ ଜଣ ଶିକ୍ଷକଙ୍କ ମଧ୍ଯରୁ ଜଣକୁ ପୁଲିସ୍ ଗିରଫ କରିଥିବାବେଳେ ଅନ୍ୟ ଦୁଇଜଣ ଛୁଟିରେ ଥିବାରୁ ସେମାନଙ୍କୁ ମଧ୍ଯ ଧରିବା ନେଇ ପୁଲିସ୍ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଏଠାରେ ସୂଚନାେଯାଗ୍ୟ ଭଦ୍ରକ ଜିଲାସ୍କୁଲରେ ଜଣେ ଶିକ୍ଷୟିତ୍ରୀ ଜୟନ୍ତୀ କରଶର୍ମାଙ୍କୁ ଏହି ବିଦ୍ୟାଳୟର ୩ ଜଣ ଶିକ୍ଷକ ରତିକାନ୍ତ ବେହେରା, ଅକ୍ଷୟ ସେଠୀ, ରାଜେନ୍ଦ୍ର ନାୟକ ମାନସିକ ନିର୍ଯ୍ୟାତନା ଦେଉଥିବାର ଅଭିେଯାଗ ପତ୍ର ସହରାଳ ଥାନାରେ ପୀଡିତାଙ୍କ ପକ୍ଷରୁ ରୁଜୁ କରାଯାଇଥିଲା। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଥାନାଧିକାରିଣୀ ସରୋଜିନୀ ସିଂ ସଂପୃକ୍ତ ୩ ଶିକ୍ଷକଙ୍କୁ ଥାନାକୁ ଡକାଇ ପଚରାଉଚୁରା କରିଥିଲେ। ତେବେ ଏହି ଘଟଣାରେ ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କର କାର୍ଯ୍ୟକଳାପ ସନ୍ତୋଷ ଜନକ ନଥାଇ ଶିକ୍ଷୟିତ୍ରୀ କରର୍ଶମାଙ୍କୁ ସେ ୩ ଶିକ୍ଷକଙ୍କ ପ୍ରୋସôାହନରେ ବଦଳି କରାଇବାରେ ସକ୍ଷମ ହୋଇଥିଲେ। ପରେ ସମସ୍ତ କଥା ପଦାକୁ ଆସିବା ସହ ଏ ବିଷୟ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକଙ୍କ ନିକଟରେ ପହôଲା। ସେ ଘଟଣାର ଗୁରୁତ୍ବକୁ ଉପଲବ୍ଧô କରି ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁଙ୍କ ସହ ଆଲୋଚନା କରି ଉପରୋକ୍ତ ୩ ଶିକ୍ଷକଙ୍କୁ ବଦଳି କରାଇଥିଲେ। ତେବେ ଶିକ୍ଷକ ରତିକାନ୍ତ ବେହେରାଙ୍କ ବଦଳି ସ୍ଥାନୀୟ ବିନ୍ଦୁ ମାଧବ ବାଗୁରାଇ ହାଇସ୍କୁଲକୁ ହୋଇଥିବାବେଳେ ଉକ୍ତ ସ୍କୁଲର ପରିଚାଳନା କମିଟି ତାଙ୍କର େଯାଗଦାନକୁ ବିରୋଧ କରିଥିଲା। ଏବଂ ଶିକ୍ଷକ ରତିକାନ୍ତ ବେହେରା ଏଥିପୂର୍ବରୁ ସେଠାରେ ଥିବାବେଳେ ବହୁ ଅନୈତିକ କାର୍ଯ୍ୟରେ ଲିପ୍ତ ଥାଇ ବଦଳି ହୋଇଥିବାରୁ ତାଙ୍କୁ ପୁନର୍ବାର ଏହି ସ୍କୁଲରେ ନଆଣିବା ପାଇଁ ବିଧାୟକଙ୍କ ନିକଟରେ ଅନୁରୋଧ କରିଥିଲେ। ଫଳରେ ଶିକ୍ଷକ ରତିକାନ୍ତ ବେହେରାଙ୍କୁ ବିନ୍ଦୁ ମାଧବ ବାଗୁରାଇ ହାଇସ୍କୁଲ ବଦଳରେ ଓକରା ହାଇସ୍କୁଲକୁ ବଦଳି କରାଯାଇଛି। କିନ୍ତୁ ଇତିମଧ୍ଯରେ ଶିକ୍ଷୟିତ୍ରୀ ଜୟନ୍ତୀ କରଶର୍ମାଙ୍କ ଅଭିେଯାଗ ମୂଳେ ଥାନାଧିକାରିଣୀ ସରୋଜିନୀ ସିଂ ଆଜି ଶିକ୍ଷକ ଅକ୍ଷୟ ସେଠୀଙ୍କୁ ଗିରଫ କରିଥିବାବେଳେ ସେ ଅସୁସ୍ଥ ହୋଇପଡିବାରୁ ପୁଲିସ୍ ହେପାଜତରେ ଭଦ୍ରକ ଡାକ୍ତରଖାନାରେ ଚିକିସôିତ ହେଉଛନ୍ତି। ଅନ୍ୟ ୨ ଜଣ ଅଭିଯୁକ୍ତ ଶିକ୍ଷକ ଏବେ ଛୁଟିରେ ଥିବାରୁ ତାଙ୍କୁ ପୁଲିସ୍ ଗିରଫ କରିବା ପାଇଁ ଖୋଜୁଥିବାର ଜଣାପଡିଛି। ଏଭଳି ଏକ ଘଟଣା ଜିଲାବ୍ୟାପୀ ଚଚ୍ର୍ଚାର ବିଷୟ ହୋଇଛି।