
-
ମଦଭାଟି ବନ୍ଦ କରିବା ପାଇଁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସାମ୍ନାରେ ଏସଏଚଜି ମହିଳା ମାନଙ୍କ ଧାରଣା
ଭବାନୀପାଟଣା ,କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ର ଏକ ଦୁର୍ଗମ ଅଞ୍ଚଳ କର୍ଲାପାଟ ପଞ୍ଚାୟତ ର ପୁରୁଣାଗୁମା ଗାଁ ରେ କିଛି ଲୋକ ଏକ ଦେଶୀ ମଦଭାଟି ତିଆରି କରିଥିବା ସହ ମଦ ବିକ୍ରି ହେଉଥିବା ଖବର ସାମ୍ନା କୁ ଆସିଥିଲା । ଏହି ପଞ୍ଚାୟତ ରେ ପ୍ରାୟ ଗରିବ ଶ୍ରେଣୀ ର ଲୋକେ ରହୁଥିବା ବେଳେ ପ୍ରାୟ ସମସ୍ତେ ଦିନ ମଜୁରିଆ ଭାବରେ ନିଜ ଗୁଜୁରାଣ ମେଣ୍ଟାଇ ଥାଆନ୍ତି । କିନ୍ତୁ ଏହି ମଦ ଭାଟି ହେବା ପରେ ଗାଁ ର ପୁରୁଷ ମାନେ ପ୍ରତିଦିନ ମଦ ପିଇବା ସହ ରାସ୍ତାରେ ଯାଉଥିବା ଲୋକଙ୍କୁ ଦୁର୍ବ୍ୟବହାର କରିବା ସହ ଘରକୁ ଆସି ମହିଳା ମାନଙ୍କ ଉପରେ ଅତ୍ୟାଚାର କରିବା ଭଳି ଅଭିଯୋଗ ଆସିଥିଲା । ଗାଁ ର ପୁରୁଷ ମାନେ ନିଜ ଘରୁ ବିଭିନ୍ନ ପଇସା ପତ୍ର ଓ ଘରର ଜିନିଷପତ୍ର ନେଇ ମଦ ପିଉଥିବା ଅଭିଯୋଗ ହେଇ ଆସୁଥିଲା । ସେଥିପାଇଁ ସେହି ମଦଭାଟି କୁ ବିରୋଧ କରି ଗାଁ ର 4ଟି ଏସଏଚଜି ଗ୍ରୁପ ର ମହିଳା ମାନେ ଆଜି ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଇଛନ୍ତି । ପୁରୁଣାଗୁମା ର ପ୍ରାୟ 40ଜଣ ମହିଳା ଏବଂ ଅନେକ ପୁରୁଷ ଆଜି ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି