
ଭୁବନେଶ୍ୱର, ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର ନୟାଗଡରେ ଜାମୁଗଣ୍ଡ ଗ୍ରାମରେ ମୋବାଇଲ ନେଟୱର୍କ ସ୍ଥାପନା ପାଇଁ ଅନୁରୋଧକୁ ସ୍ୱୀକାର କରିଥିବାରୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଡ. ପାତ୍ର ଟ୍ୱିଟ କରି କହିଛନ୍ତି ଯେ ନୟାଗଡ଼ ବିଧାନସଭା ଅନ୍ତର୍ଗତ ବନ୍ଧମୁଣ୍ଡା ପଞ୍ଚାୟତ ସ୍ଥିତ ଜାମୁଗଣ୍ଡ ଗ୍ରାମରେ ମୋବାଇଲ ନେଟୱାର୍କ ଟାୱାର ସ୍ଥାପନ କରିବା ନିମନ୍ତେ ମୁଁ କରିଥିବା ଦାବିକୁ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ
ଅଶ୍ୱିନୀ ବୈଷ୍ଣବ ସ୍ବୀକାର କରି ବିଭାଗୀୟ ଅନୁମତି ଦେଇ ଥିବାରୁ ଅଶେଷ ଅଶେଷ ଧନ୍ୟବାଦ।