କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ପୁରୀ CNG ଗ୍ୟାସ ଅଟୋ ଚାଳକ ମାନଙ୍କ ତରଫରୁ ଜିଲ୍ଲପାଳ ସମର୍ଥ ବର୍ମାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି |ଏହି ଅଟୋ ଚାଳକ ମାନେ CNG ଅଭାବୀ ବିକ୍ରି ସମସ୍ୟାର ସମାଧାନ ଏବଂ ନୂତନ ଗ୍ୟାସ ଫିଲିଙ୍ଗ ଷ୍ଟେସନ ଖୋଲିବା ପାଇଁ ଦାବୀ କରିଛନ୍ତି |ସୂଚନା ଅନୁସାରେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଦ୍ୟୁଷଣ ରୋକିବା ପାଇଁ CNG ଏବଂ ବିଦ୍ୟୁତ ଯାନ କଣିବା ପାଇଁ ପ୍ରୋତ୍ସାହନ ଦେଉଥିବା ବେଳେ ଗ୍ୟାସ ନ ମିଳିବା ଓ ନିର୍ଧାରିତ ସମୟରେ ଲାଇନ ଲଗାଇ ଗ୍ୟାସ ଭର୍ତ୍ତି କରିବା ଏକ ମୁଣ୍ଡ ବିନ୍ଧାର କାରଣ ହୋଇଛି |ପୁରୀ ସହର ବ୍ୟତୀତ ହଜାର ହଜାର ସଂଖ୍ୟାରେ ଟୁରିଷ୍ଟ ଗାଡି ଆସୁଥିବାରୁ ଅନେକ CNG ଚାଳିତ ଗାଡି ଗ୍ୟାସ ଅଭାବରୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି |ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ବିହିତ ପଦକ୍ଷେପ ନେବାପାଇଁ ଦାବୀ କରାଯାଇଛି |
Related Stories
November 24, 2024