କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନବ ବର୍ଷ କୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ମହା ଆଡମ୍ବରରେ ପାଳନ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଙ୍କୁ ଉତ୍କଳ ବିଦ୍ଵତ ପରିଷଦ ସାତଗୋଟି ପ୍ରସ୍ତାବ ଦେଇଛି| ଆଜି ଅପରାହ୍ନ ରେ ପରିଷଦ ର ଅଧ୍ୟକ୍ଷ ମନୋଜ ରଥ ଙ୍କ ନେତୃତ୍ୱରେ ୬ ଜଣିଆ ପ୍ରତିନିଧି ମଣ୍ଡଳ ଉନ୍ନୟନ ପ୍ରଶାସକ ଶ୍ରୀ ଅଜୟ କୁମାର ଜେନାଙ୍କୁ ଭେଟି ଏ ସମ୍ପର୍କ ରେ ଆଲୋଚନା କରିବା ସହିତ ସାତଗୋଟି ପ୍ରସ୍ତାବ ସମ୍ବଳିତ ପତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଙ୍କ ଉଦ୍ୟେଶ୍ୟରେ ପ୍ରଦାନ କରିଛନ୍ତି |
ଉତ୍କଳୀୟ ନବ ବର୍ଷରେ ଶ୍ରୀମନ୍ଦିରକୁ ଫୁଲ ରେ ସଜ୍ଜିତ କରାଯାଉ,ଶ୍ରୀମନ୍ଦିର ପ୍ରବେଶ ଦ୍ୱାରରେ ଶୁଭେଚ୍ଛା ବାର୍ତା ଲେଖି ଦୃଶ୍ୟମାନ କରାଯାଉ,ପ୍ରତ୍ୟେକ ଭକ୍ତଙ୍କୁ ପ୍ରସ୍ଥାନ ଦ୍ୱାର ନିକଟରେ ଶୁଖିଲା ମହାପ୍ରସାଦ ବଣ୍ଟନ କରାଯାଉ,ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲାଗିଥିବା ଡାକ ବାଜି ଯନ୍ତ୍ର ରେ ଓଡ଼ିଆ ନବ ବର୍ଷ ବିଷୟରେ ବିଭିନ୍ନ ଭାଷା ରେ ଘୋଷଣା କରାଯାଉ, ବୈଦୁତିକ ,ଛପା ଓ ସାମାଜିକ ଗଣ ମାଧ୍ୟମ ରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରଚାର ପ୍ରସାର କରାଯାଉ,ଶ୍ରୀମନ୍ଦିର ଦ୍ୱାରା ପରିଚାଳିତ ଭକ୍ତ ନିବାସ ଗୁଡିକରେ ଏ ବିଷୟରେ ସୂଚନା ଦିଆଯାଉ,ଶ୍ରୀମନ୍ଦିର ୱେବ୍ସାଇଟ ରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଉ ବୋଲି ପରିଷଦ ତରଫରୁ ପତ୍ର ଟିରେ ଉଲ୍ଲେଖ ରହିଛି |
ଆଲୋଚନା ପରେ ଉନ୍ନୟନ ପ୍ରଶାସକ ତୁରନ୍ତ ଫୁଲ ସଜା ପାଇଁ ଆଦେଶ ଦେଇ ଅନ୍ୟ ପ୍ରସ୍ତାବ ଉପରେ ଉପରସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ | ପ୍ରତିନିଧି ମଣ୍ଡଳ ରେ ଶ୍ରୀ ସୁକାନ୍ତ ପଣ୍ଡା , ବିଜୟ କୃଷ୍ଣ ବ୍ରହ୍ମ|, ବିରଂଚି ମିଶ୍ର , ସତ୍ୟ ନାରାୟଣ ସାହୁ ଓ କମଳାକାନ୍ତ ଆଚାର୍ଯ୍ୟ ପ୍ରମୁଖ ସାମିଲ ହୋଇଥିଲେ |
Related Stories
November 23, 2024