
ନୂଆଦିଲ୍ଲୀ ,ଆଜି ମଧ୍ୟ ଦେଶସାରା ହସ୍ପିଟାଲ ମାନଙ୍କର ସମିକ୍ଷା କରାଯାଇ କରୋନା ମୁକାବିଲାର ମକ୍ଡ୍ରିଲ ଜାରିରହିବ ।ଉଲ୍ଲେଖନୀୟ କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିଆ ଗତ ସୋମବାରଦିନ ଝଜ୍ଜର ସ୍ଥିତ ଏମ୍ସ ହସ୍ପିଟାଲ ଓ ଦିଲ୍ଲୀର ରାମମନୋହର ଲୋହିୟା ହସ୍ପିଟାଲର ପରିଦର୍ଶନ କରିଥିଲେ । ଏହି ଅବସରରେ ସୋ କରୋନାକୁ ମୁକାବିଲା କରିବା ପାଇଁ ହସ୍ପିଟାଲର ମୁଳଆଂଚାର ଅବସ୍ଥିତି ସମ୍ପର୍କରେ ମକଡ୍ରିଲ ସମିକ୍ଷା କରିଥିଲେ ।
ଏହା ସହିତ ମନ୍ତ୍ରୀ ମଣ୍ଡଭିଆ ବିଭାଗର ଅଧ୍ୟକ୍ଷ ତଥା କର୍ମଚାରି ମାନଙ୍କ ସହିତ ଅନୌପଚାରିକ ଭାବରେ କଥା ହୋଇଥିଲେ । ସେ ଡାକ୍ତର , ନର୍ସ, ସୂରକ୍ଷା ଓ ସ୍ୱଚ୍ଛତା ସେବା କାର୍ଯ୍ୟରେ ଥିବା ବ୍ୟକ୍ତି ମାନଙ୍କର ଅଭିଯୋଗ ମଧ୍ୟ ଶୁଣଥିଲେ ।