ଭଦ୍ରକ- କର୍ମଚାରୀଙ୍କ ପଦୋନ୍ନତି ଚୟନ କ୍ଷେତ୍ରରେ ପକ୍ଷପାତିତା ଦର୍ଶାଇ ଭଦ୍ରକ ଜିଲା ଗ୍ରାମ୍ୟ ଜଳେଯାଗାଣ ଓ ପରିମଳ ବିଭାଗ କର୍ମଚାରୀଙ୍କ ପକ୍ଷରୁ ଆଜି ବିଭାଗୀୟ ନିର୍ବାହୀ ଯନ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏବଂ େଯପର୍ଯ୍ୟନ୍ତ ସେମାନଙ୍କର ଦାବି ପୂରଣ ନହୋଇଛି, ସେପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ଓହରିବେ ନାହó ବୋଲି ଚେତାବନୀ ଦେଇଛନ୍ତି। ଭଦ୍ରକ ଜିଲା ଗ୍ରାମ୍ୟ ଜଳେଯାଗାଣ ଓ ପରିମଳ ବିଭାଗ କର୍ମଚାରୀ ସଂଘର ସଭାପତି ନୃସିଂହ ଚରଣ ଓଝାଙ୍କ ଅଭିେଯାଗରୁ ଯାହା ଜଣାଯାଏ ଗତମାସରେ ବିଭାଗୀୟ କର୍ୃପକ୍ଷ ୧୩ ଜଣଙ୍କ ପଦୋନ୍ନତି କରିଥିବାବେଳେ ୭ ଜଣଙ୍କୁ ସେଥିରୁ ବାଦ୍ ଦିଆଯାଇଛି। ଏବଂ ବିଗତ ଦିନରେ ସେମାନଙ୍କର ସାର୍ଟିଫିକେଟ୍ ଯା କରାନଯାଇ ଏବେ ଯାର ଆଦେଶ ଦେବା ପଦୋନ୍ନତିରୁ ବଂଚିତ କର୍ମଚାରୀମାନଙ୍କ ପ୍ରତି ଏକ ହୀନ ଚକ୍ରାନ୍ତ । ଏଣୁ ଦୀର୍ଘ ୩୦ ବର୍ଷ ଧରି ଏହି ବିଭାଗରେ କାର୍ଯ୍ୟ କରିବା ପରେ କର୍ମଚାରୀମାନଙ୍କୁ ଏଭଳି ଅବହେଳିତ କରାଗଲେ ସଂଘ ପକ୍ଷରୁ କେବେହେଲେ ବରଦାସ୍ତ କରାଯିବ ନାହó ବୋଲି ଶ୍ରୀ ଓଝା ଚେତାବନୀ ଦେଇଛନ୍ତି।
Related Stories
November 22, 2024