-
ବିଜେଡି ନେତାଙ୍କ ସଂପୃକ୍ତିରେ ଚାଲିଛି ଏହି ରାକେଟ
ଭୁବନେଶ୍ୱର, ଏବେ ସାରା ରାଜ୍ୟରେ ଚର୍ଚାରେ ଥିବା ଫେକ ସାର୍ଟିଫିକେଟ ମାମଲାର ସିବିଆଇ ତଦନ୍ତ ଦାବି କରିଛି ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି । ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ ଏହି ମାମଲାର ସିବିଆଇ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ।
ସେ କହିଛନ୍ତି ଯେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ । ଦୋଷୀ ବିରୋଧରେ କଠୋରରୁ କଠୋର ଓ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ | ଯେଉଁମାନେ ପିଲାଙ୍କ ଜୀବନ ସହିତ ଓଡିଶାର ଭାଗ୍ୟସହ ଖେଳୁଛନ୍ତି, ଆଉ ସରକାର ଅନ୍ଧ, ମୁକ ଏବଂ ବଧିର ହୋଇ ବସିଛନ୍ତି | ସରକାର ଯୁବକଙ୍କ ଜୀବନସହ ଖେଳୁଛନ୍ତି ତାହା ବନ୍ଦ ହେବା ଆବଶ୍ୟକ ବୋଲି ସେ କହିଛନ୍ତି
ସେ କହିଛନ୍ତି ଯେ ବିଜେଡି ନେତାଙ୍କ ଯଦି ସମ୍ପୃକ୍ତି ନ ଥାନ୍ତା ଏତେ ବର୍ଷ କେମିତି ଫେକ ସାର୍ଟିଫିକେଟ ରାକେଟ ଚାଲିଲା, ଆଉ ଜାଣିଲେନି କାହିଁକି ?
ସେ କହିଛନ୍ତି ଯେ ଯେଉଁଠି ସାଧାରଣ ଲୋକଙ୍କ, ପିଲାଙ୍କ ଭବିଷ୍ୟତ ସହିତ ଖେଳଛନ୍ତି ସେଠାରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ । ସିବିଆଇ ତଦନ୍ତ ହେବା ଦରକାର | ମନ୍ତ୍ରୀ, ତନ୍ତ୍ରୀ ଯିଏ ଥାନ୍ତୁ, ଆଇନର ଉର୍ଦ୍ଧରେ କେହି ନୁହେଁ କାର୍ଯ୍ୟାନୁଷ୍ଠାନ ସମସ୍ତଙ୍କ ବିରୁଦ୍ଧରେ ହେବା ଉଚିତ ।
ସେ କହିଛନ୍ତି ଯେ ସିପିଏମର ବେଙ୍ଗଲଠୁ ଅଧିକ କେଉଁଠି ଲମ୍ବି ନଥିଲା, ସେ 34 ବର୍ଷ ପରେ ବଙ୍ଗୋସାଗରକୁ ପଳେଇଲା, ଏମାନେ 24 ବର୍ଷ ପରେ ବଙ୍ଗୋପସାଗରକୁ ଯିବେ ।