ଭୁବନେଶ୍ୱର, ରାଜ୍ୟ ବିଜେପି ଓବିସି ମୋର୍ଚା ପକ୍ଷରୁ ଆଜି ଭୁବନେଶ୍ୱର ଠାରେ ଗାଁ ଗାଁ ଚାଲ, ଘର ଘର ଚାଲ ଅଭିଯାନ ଆରମ୍ଭ କରାଯାଇଛି । ଭୁବନେଶ୍ୱରର ପଥରବନ୍ଧ ବସ୍ତିରୁ ବିଜେପିର ଅଭିଯାନ ଆରମ୍ଭ ହୋଇଛି । ଏହି ପଦଯାତ୍ରାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇଛନ୍ତି ।
ଓବିସି ବର୍ଗଙ୍କ ପ୍ରତି ବିଜେଡି ସରକାରଙ୍କ ଉଦାସୀନତା ଓ ବୈମାତୃକ ମନୋଭାବ ବିରୋଧରେ ବିଜେପିର ଘରକୁ ଘର ଚାଲ କାର୍ଯ୍ୟକ୍ରମ ଆରମ୍ଭ କରିଛି। ସାମାଜିକ ନ୍ୟାୟ ସପ୍ତାହ ପାଳନ ଆରମ୍ଭ କରିଛି। ପଛୁଆ ବର୍ଗଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ସଂରକ୍ଷଣ ଦେଉ ନାହାନ୍ତି ରାଜ୍ୟ ସରକାର। ଏହି ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବ ବିଜେପି। ସେପଟେ କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ବିକାଶ ପାଇଁ ନେଇ ଥିବା ପଦକ୍ଷେପକୁ ଲୋକଙ୍କ ଜଣାଇବ ବିଜେପି। ଆଜି ଏହାକୁ ନେଇ ଭୁବନେଶ୍ୱର ପଥରବନ୍ଧ ବସ୍ତିରେ “ଗାଁ ଗାଁ ଚାଲ; ଘର ଘର ଚାଲ” ଅଭିଯାନରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପଦଯାତ୍ରାରେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।