-
ଗୋଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 141
ଭୁବନେଶ୍ୱର, କରୋନାରେ ସାରା ଦେଶରେ ଟେଷ୍ଟ ପଜିଟିଭିଟି ହାର ୬.୯ ଥିଲା ବେଳେ ଆମ ରାଜ୍ୟରେ ମାତ୍ର ୨.୮ ରହିଛି । ରାଜ୍ୟରେ କୋଭିଡ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଦେଶରେ ପ୍ରତି ନିୟୁତ ଲୋକଙ୍କ ମଧ୍ୟରୁ ୬୯ ଜଣଙ୍କର କୋଭିଡ ଟେଷ୍ଟ ହେଉଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୧୦୯ । ଏବେ ରାଜ୍ୟରେ କେସ ସଂଖ୍ୟା ବଢୁଛି, ତାହା ସତ୍ୟ । ଗତ କାଲି ୧୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସକ୍ରିୟ ରୋଗୀ ସଂଖ୍ୟା ୭୩୧ରେ ପହଞ୍ଚିଛି । ୧୮ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଲକ୍ଷଣ ଯୁକ୍ତ ହେବା ଲୋକଙ୍କ ସଂଖ୍ୟା କମ୍ ରହିଛି । ଲହର କେତେଦିନ ରହିବ, ତାହା ଆକଳନ କରି ହେବନି । ବର୍ତ୍ତମାନ ୧୬ ଜିଲ୍ଲାରୁ କୋଭିଡ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।
ସେ କହିଛନ୍ତି ଯେ ଲହର ଆସିଲେ ସଂଖ୍ୟା ବଢ଼ିବ । ଯେଉଁ ରାଜ୍ୟରେ କୋଭିଡ ସଂଖ୍ୟା ବଢୁଥିଲା, ଏବେ ସେଠି କମିଲାଣି ।