ଭୁବନେଶ୍ୱର, ନକଲୀ ସାର୍ଟିଫିକେଟ ମାମଲାରେ ଭାରତୀୟ ଜନତା ପାର୍ଟି ବିଜେଡି ବିରୁଦ୍ଧରେ ବଡ ଅଭିଯୋଗ କରିଛି । ନକଲି ଶିକ୍ଷକ ନିଯୁକ୍ତି ଦେଇ ସେମାନଙ୍କୁ ନିର୍ବାଚନରେ ବ୍ୟବହାର ବିଜେଡ଼ି କରୁଛି ବୋଲି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି । ଏହି ମାମଲାର ସେ ସିବିଆଇ ତଦନ୍ତ ଦାବି କରିଛନ୍ତି ।
ପାର୍ଟୀ କାର୍ଯାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ନକଲୀ ଶାସନ ଚାଲିଛି । ନକଲି ଶାସନରେ ନକଲି ନିଯୁକ୍ତି ଚାଲିଛି । ଲକ୍ଷ ଲକ୍ଷ ମେଧାବୀ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି। ଚାଉଳ, ଟମାଟୋ ସସ, ତେଲ, ଘିଅ, ଔଷଧ ବି ନକଲି । 5ଟି ବିଭାଗ ମଧ୍ୟ ନକଲି ।
ସେ କହିଛନ୍ତି ଯେ ନକଲି ନିଯୁକ୍ତି ନିର୍ବାଚନରେ ବ୍ୟବହାର କରିବା ପାଇଁ ବିଜେଡ଼ି ସରକାର କରୁଛି । ଶିକ୍ଷା ବିଭାଗର ତାଗିତ ସତ୍ୱେ, ଅଧିକାରୀ ମାନେ ନିଯୁକ୍ତି ଦେବା ପୂର୍ବରୁ ଶିକ୍ଷକ ମାନଙ୍କ ସର୍ଟିଫିକେଟ ଯାଞ୍ଚ କରୁନାହାନ୍ତି । ହାଇକୋର୍ଟ ମଧ୍ୟ ଡାକ୍ତର ମାନଙ୍କର ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ସେ କହିଛନ୍ତି ଯେ ବିଜୁ ଜନତା ଦଳ ଓଡିଶାରେ ଅପରାଧୀ ମାନଙ୍କ ବଳ ହୋଇ ସାରିଛି । ବଲାଙ୍ଗୀର ଧରାପଡିଥିବା ଲୋକ ବିଜେଡ଼ିର ଆଇଟି ସେଲର ମୁଖ୍ୟ ।
ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କର ଯଦି ସତସାହସ ଅଛି, ତେବେ ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ ରାଜ୍ୟ ସରକାର । ଯଦି ସିବିଆଇକୁ ଦେବେ ନାହିଁ, ତେବେ ପ୍ରମାଣିତ ହେବ ଯେ ବିଜେଡ଼ି ନେତା ମାନେ ନକଲି ସାର୍ଟିଫିକେଟ କେସରେ ସମ୍ପୃକ୍ତ ଅଛନ୍ତି ।