
ଭଦ୍ରକ – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ନଗୁଆଁ ପ୍ରାଥମିକ ସେବା ସମବାୟ ସମିତି ସମ୍ମୁଖରେ ଗତ ଖରିଫ ଧାନ ପ୍ରାପ୍ୟ ପାଇଁ ଚାଷୀମାନେ ଚାବିପକା ଧାରଣା ଦେଇଛନ୍ତି। ଏହି ଚାଷୀମାନଙ୍କ ମଧ୍ଯରେ ନନ୍ଦକିଶୋର ସାହୁ, ସନ୍ତୋଷ ରାଉତ, ଅନିଲ ଲେଙ୍କା, ମନୋରମା ନାୟକ, ଅଶୋକ ତ୍ରିପାଠୀ, ରମାକାନ୍ତ ବାରିକ ପ୍ରମୁଖଙ୍କ ଅଭିେଯାଗ ପତ୍ରରୁ ଯାହା ଜଣାଯାଏ ୨୦୧୮-୧୯ ବର୍ଷର ଖରିଫ ଧାନ ବିକ୍ରୟ ଅର୍ଥ ଦେଇଥିଲେ ବି ତାର ପ୍ରାପ୍ୟ ଏପର୍ଯ୍ୟନ୍ତ ପାଇନାହାଁନ୍ତି। ୨୭ ଜଣ ଚାଷୀ ୫୯୯ କ୍ବିାଲ ଧାନ ତହସିଲ ପଡିଆରେ ଗତ ଅପ୍ରେଲ ମାସରେ ବିକ୍ରୟ କରିଥିଲେ। ପୂର୍ବତନ ସିଏସ୍ଓ ଅଶୋକ ମାଝୀ ଓ ଏମ୍.ଆଇ ରେବତୀ ସିଂ ନାୟକଙ୍କ ସମେତ ମିଲ୍ର କର୍ମଚାରୀ ସୋମନାଥ ସିଂ ନାୟକଙ୍କର ଆଲୋଚନା ହୋଇ ସମିତିରୁ ଭେଣ୍ଡର ରସିଦ୍ ସହ ମିଲରଙ୍କୁ ଧାନ ବିକ୍ରୟ କରାଯାଇଥିଲା। ଅନ୍ୟ ୨୦ ରୁ ୨୫ ଜଣ ଚାଷୀ ମଧ୍ଯ କ୍ବିାଲ ପ୍ରତି ୧୬୨୦ ଟଙ୍କା ମୂଲ୍ୟରେ ପାଣି କୋଇଲି ମିଲରକୁ ଏସି ନୋଟ୍ ମାଧ୍ଯମରେ ସମିତିର ସଭାପତି ଓ ସଂପାଦକଙ୍କ ଅନୁମୋଦନରେ ବିକ୍ରୟ କରିଥିଲେ। ମାତ୍ର ପାଉଣା ଦେବା ସମୟରେ ମିଲର କ୍ବିାଲ ପ୍ରତି ୧୨୮୦ ଟଙ୍କା ଦେବାକୁ କହିବାରୁ ଚାଷୀମାନେ ସମିତିରେ ତାଲା ପକାଇ ଧାରଣା ଦେଇଥିବାର ଜଣାଯାଇଛି। ଏ ସଂପର୍କରେ ଚାଷୀମାନେ ଜିଲାପାଳଙ୍କୁ ଲିଖôତ ଭାବେ ଜଣାଇଥିଲେ ମଧ୍ଯ କୌଣସି ସୁଫଳ ନମିଳିବାରୁ ବାଧ୍ଯହୋଇ ଏଭଳି ଚରମ ପନ୍ଥା ବାଛିଥିବା ବିଷୟ ଗଣମାଧ୍ଯମକୁ କହିଛନ୍ତି। ଏବଂ ଆଗାମୀ ତିନିଦିନ ମଧ୍ଯରେ ସେମାନଙ୍କର ପ୍ରାପ୍ୟ ନପାଇଲେ େଯାଗାଣ ବିଭାଗ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।