କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ପ୍ରଶାସନ ପେଣ୍ଠକଟା ରୁ ପି କେ ଆର ଆଇ ଟି ଦେଇ ଭୁଦାନ ରାସ୍ତା ପ୍ରଶସ୍ତିକରଣ କରିବେ | ରାସ୍ତା ର ଉଭୟ ପାର୍ଶ୍ଵ ରେ ଦୀର୍ଘ ଦିନ ଧରି ଶହ ଶହ ଛୋଟ ଉଠା ଦୋକାନୀ ଦୋକାନ କରି ପରିବାର ପ୍ରତିପୋଷଣ କରି ମୁନିସିପାଲିଟି କୁ ଇଜିରା ଦେଇଆସୁଛନ୍ତି |ଜୀବନ ଜୀବିକା ସୁରକ୍ଷା ପାଇଁ ଷ୍ଟ୍ରିଟ ଭେଣ୍ଡର ଆକ୍ଟ -2014ଲାଗୁହେଲା |ସେମାନଙ୍କୁ ସାମାଜିକ ସୁରକ୍ଷା ପାଇଁ ମୁନିସିପାଲିଟି ପଦକ୍ଷେପ ନେବା ବଦଳରେ ରାସ୍ତା ଚଉଡା ନାଁ ରେ ଦୋକାନୀଙ୍କୁ ଉଛେଦ କରୁଛନ୍ତି |ଏହା ବିରୁଦ୍ଧରେ ଆଜି ଶତାଧିକ ଦୋକାନୀ ମାନଙ୍କ ର ଏକ ଶୋଭାଯାତ୍ରା ସୁବାଷ ବୋଷ ଛକରୁ ବାହାରି ଜିଲ୍ଲା ପାଳ ଅଫିସ ରେ ବିକ୍ଷୋଭ ଓ ଦାବୀ ପତ୍ର ଦେଇଛନ୍ତି |ଉପଦେଷ୍ଟା ଆଇନୀଜୀବୀ ଶରତ କୁମାର ରାୟଗୁରୁ କହିଲେ ଷ୍ଟ୍ରିଟ ଭେଣ୍ଡର ଆକ୍ଟ ର ଧାରା ମତେ ସୁରକ୍ଷା ପାଇଁ ଟାଉନ ଭେଣ୍ଡିଙ୍ଗ କମିଟି କରି ସେମାନଙ୍କୁ ପଞ୍ଜିକରଣ ଓ ଥଇଥାନ ପ୍ରଶାସନ ନ କରି ଉଛେଦ କରିବା ଓ ଉଛେଦ ପାଇଁ ଧମକ ଦେବା ବେଆଇନି |ରାସ୍ତା ର ଉଭୟ ପାର୍ଶ୍ଵ ରେ ଭେଣ୍ଡିଙ୍ଗ ଜୋନ କରି ସେମାନଙ୍କୁ ଥଇଥାନ ସହ କ୍ଷତିପୂରଣ ଦେବାକୁ ଦାବୀ କରିଥିଲେ |ଏଥିରେ ସମ୍ପାଦକ ପ୍ରସନ ବେହେରା, ରଞ୍ଜନ ମହାନ୍ତି, ନବ କିଶୋର ଗିରି, କାଳିଆ ବେହେରା, ସତ୍ୟ ପ୍ରଧାନ, ବିଶ୍ୱନାଥ ତ୍ରିପାଠୀ, ମାଧବାନନ୍ଦ ପଣ୍ଡା, କୁମାରୀ ମଳିକ ପ୍ରମୁଖ ତିରିଶ ବର୍ଷ ଧରି ଦୋକାନ କରି ମୁନିସିପାଲିଟି କୁ ଟିକସ ଓ ଇଜିରା ଦେଉଥିଲା ଯୋଗୁଁ ଉଛେଦ ପୂର୍ବରୁ କ୍ଷତିପୂରଣ ଓ ଥଇଥାନ ଦାବୀ କରିଥିଲେ |ଅତିରିକ୍ତ ଜିଲ୍ଲା ପାଳ ପ୍ରଦୀପ କୁମାର ସାହୁ ଦାବିପତ୍ର ଗ୍ରହଣ କରି ଆଲୋଚନା କରିବେ ବୋଲି କହିଥିଲେ |
Related Stories
October 25, 2024