ପୁରୀ ଜିଲ୍ଲା କୁ ହାଇଦ୍ରାବାଦ ସ୍ଥିତ ଇ ସି ଆଇ ଏଲ କମ୍ପାନୀରୁ ସମ୍ପୂର୍ଣ୍ଣ ନୂଆ ଇଭିଏମ ବା ଭୋଟିଂ ମେସିନ ପହଞ୍ଚିଛି। ୪୧୦୦ ବାଲାଟ ୟୁନିଟ ଓ ୪୧୦୦ କଣ୍ଟ୍ରୋଲ ୟୁନିଟ ପୁରୀ ରେ ପହଞ୍ଚିବା ପରେ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ପେଣ୍ଠକଟା ସ୍ଥିତ ଇଭିଏମ ଗୋଦାମ ରେ ରଖାଯାଇଥିଲା। ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଙ୍କ ଉପସ୍ଥିତ କ୍ରମେ ଏହି ମେସିନ ଗୁଡିକ ର ଟେଷ୍ଟିଂ ଆରମ୍ଭ ହୋଇଛି।ପ୍ରାରମ୍ଭରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତି ରେ ଇଭିଏମ ଗୋଦାମ ଖୋଲାଯାଇଥିଲା।ଏହି ଟେଷ୍ଟିଂ କାର୍ଯ୍ୟକୁ ପିକେଡିଏ ର ସମ୍ପାଦକ ଲଲାଟେନ୍ଦୁ ସାହୁ, ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ଓ ଓଡ଼ିଶା ପ୍ରଶାସନିକ ସେବା ର ପ୍ରୋବେସନର ଅଧିକାରୀ ମାନଙ୍କ ତତ୍ତ୍ୱାବଧାନରେ ୬୦ ଗୋଟି ଟିମ ମାଧ୍ୟମରେ କରାଯାଉଛି। ଇସିଆଇଏଲ ର ସେକ୍ସନ ଅଧିକାରୀ ପୱନ କୁମାର ଭଟ୍ଟଙ୍କ ସୁପରଭାଇଜିଂ ଅଧିକାରୀ ଭାବେ ଇସିଆଇଏଲ ପକ୍ଷରୁ ଯୋଗ ଦେଇ ମେସିନ ଗୁଡିକର କାର୍ଯ୍ୟ ଦକ୍ଷତା ଓ ସମସ୍ୟା ଥିଲେ ସମାଧାନ କରିବାକୁ ଉପସ୍ଥିତ ରହିଛନ୍ତି। ନୂଆ ମେସିନ ଆସିଲେ ତାହାର କାର୍ଯ୍ୟକାରିତା ଜାଣିବା ପାଇଁ ଟେଷ୍ଟିଂ କରାଯିବା ଏକ ନିୟମିତ ଓ ସ୍ୱଭାବିକ ପ୍ରକ୍ରିୟା। ଟେଷ୍ଟିଂ ରେ ଯେଉଁ ମେସିନ ଗୁଡିକ ରେ ସମସ୍ୟା ଥିବ ତାହାକୁ ଇସିଆଇଏଲ ର ଇଞ୍ଜିନିୟର ମାନେ ସମାଧାନ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ।
Related Stories
November 24, 2024