ଭୁବନେଶ୍ୱର, ଓଡିଶା ପରିବାର ନିର୍ଦେଶାଳୟ ଖୋଲିବା ରାଜ୍ୟ ମନ୍ତ୍ରିମଣ୍ଡଳର ନିଷ୍ପତିକୁ ନେଇ ରାଜ୍ୟ ସରକାରକୁ ବିଜେପି ମଧ୍ୟ ଟାର୍ଗେଟ କରିଛି ।
ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଏ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ନିର୍ବାଚନ ଆସିଲେ ସରକାର ଏଇ ଭଳି ଅନେକ ଘୋଷଣା କରନ୍ତି । କାଳିଆ ବଳିଆ, ବିଜୁ ଯୁବ ବାହିନୀ ଭଳି ଅନେକ ଯୋଜନା କରନ୍ତି । ଓଡିଶା ମୋ ପରିବାର ତାଙ୍କର ଦଳୀୟ କାର୍ଯ୍ୟକ୍ରମ ଥିଲା ତାକୁ ଏବେ ସରକାରୀ ସ୍ୱୀକୃତି ଦେଇଛନ୍ତି । ଦଳୀୟ କାର୍ଯ୍ୟକ୍ରମ କୁ ସରକାରୀ ସ୍ୱୀକୃତି ଦେଇ ସରକାରଙ୍କ ଅର୍ଥ ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି ବୋଲି ସେ କହିଛନ୍ତି ।