ଭୁବନେଶ୍ୱର, ଓଡିଶା ପରିବାର ନିର୍ଦେଶାଳୟ ଖୋଲିବା ନେଇ କ୍ୟାବିନେଟ ନିଷ୍ପତ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଯେ – ଓଡିଶା ମୋ ପରିବାର ବିଜେଡିର ଦଳୀୟ କାର୍ଯ୍ୟକ୍ରମ ଥିଲା । ତାକୁ ସରକାରୀ କାର୍ଯ୍ୟକ୍ରମ ଭାବେ ରୂପାୟନ କଲେ । ସରକାର କେବଳ ତାକୁ ସ୍ୱୀକୃତି ଦେଇଛନ୍ତି । ଏଇଟା କିଛି ନୂଆ କଥା ନୁହେଁ । କେତେ ପ୍ରବାସୀ ଓଡ଼ିଆ ଙ୍କୁ ସେମାନେ ଓଡିଶା ମୋ ପରିବାର କାର୍ଯ୍ୟକ୍ରମରେ ସାହାଯ୍ୟ କରିଛନ୍ତି । ଏହି ନିର୍ଦେଶାଳୟ ଦ୍ୱାରା କିଛି ଲାଭ ହେବନି । କେବଳ ଓଡ଼ିଆ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଏହି ଘୋଷଣା କରାଯାଇଛି । ନିର୍ବାଚନ ଆସିଲେ ଏହି ପରି କାର୍ଯ୍ୟ ସବୁ ସରକାର କରନ୍ତି ବୋଲି ସେ କହିଛନ୍ତି ।
Related Stories
November 24, 2024
November 24, 2024